ବଲାଙ୍ଗିର ୧ ମଇ : ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା. ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଆନ୍ୟନ୍ୟ ବିଷୟରେ ମଧ୍ୟ ଛାତ୍ର, ଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ହେବ ଉଚିତ. ଏଇ ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟ ( ଜେ. ଆଇ. ଟି. ଏମ )ର କର୍ତ୍ତ୍ତୃପକ୍ଷ ଗ୍ରୀଷ୍ମ ଶିବିର ବା SUMMER CAMP ର ପରିକଳ୍ପନା କରିଥିଲେ ଯାହା ଆଜି ସେଞ୍ଚୁରିଅନ ବିଦ୍ୟାଳୟ, ବ୍ଲସମ କନସେପ୍ଟ ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ହେଲୋ କିଡ଼ସର ମିଳିତ ଆନୁକୂଲ୍ୟରେ ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି. .ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼ ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ଉଦଘାଟିତ.ହୋଇଥିଲା. ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା.ଶିବିରର ଉଦ୍ଦେଶ୍ୟ ଥିଲା, ପିଲାମାନଙ୍କୁ ମନୋରଞ୍ଜନ ସହିତ ବିଭିନ୍ନ ପ୍ରକାରର କଳା ଓ କୌଶଳର ଶିକ୍ଷା ଦେବା ଏଇ କ୍ରମରେ ପିଲାମାନଙ୍କୁ ଯୋଗଭ୍ୟାସ, ନୃତ୍ୟ, ବିଭିନ୍ନ ହସ୍ତକଳା ଯେପରି HANKY PAINTING, LANGUAGE LAB, ROBOTICS ,POT PAINTING SCIENCE MAGIC, NON FLAME COOKING, VEDIC MATH, TEDDY MAKING, DRESS UP DAY, HEALTH CHECK UP ପରି ସୃଜନାତ୍ମକ କଳା ଓ କୌଶଳର ତାଲିମ ପ୍ରଦାନ କରାଯିବ.ଶିବିରରେ 100 ଅଧିକ ଛାତ୍ର, ଛାତ୍ରୀ ଯୋଗଦାନ କରିଥିଲେ.. ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ଼ ପୁଣ୍ୟତୋୟା ବିଶ୍ୱାଳ, ବ୍ଲସମ କନସେପ୍ଟ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦିନୀ ଗୁରୁ, ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜନା ବାଲି, ହେଲୋ କିଡ଼ସର ଅଧ୍ୟକ୍ଷା ଶ୍ରୀମତୀ ସୁଷମା ମୁଣ୍ଡ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରୁଛନ୍ତି.. ବିଦ୍ୟାଳୟର ଏପରି ଅଭିନଵ ପ୍ରୟାସ ଯାହା ପାଠ ପଢା ସହିତ କଳା ଓ କୌଶଳର ଶିକ୍ଷା ( ମନୋରଞ୍ଜନ ) ସହିତ ଅଭିଭାବକ ଓ ଅଭିଭାବିକାଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ଏବଂ ଏଥି ପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି.
