ଭୁବନେଶ୍ୱର, 17 ନଭେମ୍ବର : ସମାଜ ସେବା ପାଇଁ ଆବଶ୍ୟକ ସାମାଜିକ ଆଦର୍ଶ ଓ ପ୍ରତିବଦ୍ଧତା । ସମାଜର ପ୍ରତି ବଗଙ୍ର୍କ ଉତ୍ଥାନେର ହିଁ ଅଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ସ୍ୱପ୍ନ ଓ ଆଭିମୁଖ୍ୟ । ଏହାକୁ ସାକାର କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି । ସ୍ୱଗର୍ତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ନିଜ ଚେତନା ଓ କର୍ମରେ ଏଥିପାଇଁ ଜୀବନବ୍ୟାପି କାର୍ଯ୍ୟ କରିଥିଲେ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି ।
ଶୁକ୍ରବାର ଜୟେଦବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଶିକ୍ଷା ହିଁ ପ୍ରଗତିର ମୂଳମନ୍ତ୍ର । ଶିକ୍ଷା ମାଧ୍ୟମରେ ସାମାଜିକ ପରିବତର୍ନ ସମ୍ଭବ । ଏହାର ସକାରାତ୍ମକ ଉପଯୋଗକରି ଲୋକମାନଙ୍କୁ ସଶକ୍ତ କରିବାର ଅନନ୍ୟ ପ୍ରୟୋଗ ସ୍ୱଗର୍ତ ବକ୍ସିପାତ୍ର କରିଥେôଲ । ତାଙ୍କ ସାଧନା ଓ ସିଦ୍ଧି ଚିରକାଳ ପ୍ରେରଣାଦାୟୀ ରହିବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
ଉତ୍ସବରେ ପୂବର୍ତନ ମନ୍ତ୍ରୀ ତଥା ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି’ର ସଭାପତି ପ୍ରଫୁଲ ଚନ୍ଦ୍ର ଘଡ଼େଇ ସ୍ମୃତିଚାରଣ କରିଥେôଲ । ପୂବର୍ତନ ପ୍ରଶାସକ ସଞ୍ଜୀବଚନ୍ଦ୍ର ହୋତା ସ୍ୱର୍ଗତ ବକ୍ସିପାତ୍ରଙ୍କ ସହିତ ନିଜର ଅନୁଭୂତି ଅବତାରଣା କରିଥେôଲ । ସ୍ମୃତି କମିଟିର ସାଧାରଣ ସଂପାଦକ ଲୋପାମୁଦ୍ରା ବକ୍ସିପାତ୍ର କମିଟିର ବିଭିନ୍ନ କାର୍ଯ୍ୟ ସଂପକର୍ରେ ସୂଚନା ଦେଇଥେôଲ । ଏହି ଅବସରେର ପାକ୍ଷିକ ପତ୍ରିକା େଲାକନୀତି’ର ବେିଶଷ ସଂଖ୍ୟା େଉନ୍ମାଚିତ ହେବା ସହ ବିଭିନ୍ନ ବ୍ୟକ୍ତିବେିଶଷଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ପୂବର୍ତନ ବୈଦେଶିକ ସଚିବ ତଥା କୂଟନୀତିଜ୍ଞ ଶ୍ୟାମ ସରନ୍ ସ୍ମାରକୀ ବକ୍ତୃତା ପ୍ରଦାନ କରିଥେôଲ ।
