ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଧିମା ଗତିରେ ଚାଲୁଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛି । ଠିକା କମ୍ପାନୀମାନେ ଯଦି ନିର୍ଧାରିତ ସମୟରେ କାମ ସମାପ୍ତ କରିପାରିବେ ନାହିଁ, ତେବେ ସେମାନଙ୍କ ଉପରେ ଏଫଆଇଆର ହେବା ସହ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ଘୋଷଣା କରିଛନ୍ତି ।
BulletsIn
- ରାଜ୍ୟରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଧିମା ଗତି ରେ ରହିଥିବାରୁ ଗୃହରେ ଉଦବେଗ ପ୍ରକାଶ ।
- ବିଜେଡି ବିଧାୟକ ରମେଶ ବେହେରା ପ୍ରଶ୍ନ: “କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ?”
- ପଂଚାୟତିରାଜ ମନ୍ତ୍ରୀ ଧିମା ଗତି ପାଇଁ ପୂର୍ବ ସରକାରକୁ ଦାୟୀ କରି ନୂଆ କଡା ନିୟମ ଘୋଷଣା କଲେ ।
- ଯେଉଁ କମ୍ପାନୀମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ ସେମାନଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ ହେବ ।
- 7 ଦିନ ମଧ୍ୟରେ ଠିକା କମ୍ପାନୀମାନଙ୍କୁ ଡକାଯିବ, ଏବଂ କାମ ଧିମା ହେଲେ ଥିକା ରଦ୍ଦ ହୋଇପାରେ ।
- ସମୟରେ କାମ ନ କଲେ କମ୍ପାନୀଙ୍କୁ ବ୍ଲାକ୍ ଲିଷ୍ଟ କରିବା ପାଇଁ ଚିନ୍ତା ।
- ପୂର୍ବରୁ ପାଇପ ଥିଲା, କିନ୍ତୁ ପାଣି ନଥିଲା – ଏବେ ହର ଘର ଜଳ ଯୋଜନା ଭଲ ଭାବରେ କାମ କରିବା ଦରକାର ।
- ମାର୍ଚ୍ଚ ସୁଦ୍ଧା 72 ପ୍ରକଳ୍ପ ସମାପ୍ତ ହେବା ଥିଲା, କିନ୍ତୁ କେବଳ 52 ପ୍ରକଳ୍ପ ସମାପ୍ତ ହୋଇଛି ।
- ଜୁନ 2025 ସୁଦ୍ଧା ଅନ୍ୟାନ୍ୟ 72 ପ୍ରକଳ୍ପ ସମାପ୍ତ କରିବାର ଲକ୍ଷ୍ୟ ।
- ପାହାଡ଼ ଅଞ୍ଚଳର ଲୋକମାନେ କିପରି ପାଣି ପାଇବେ, ସେନେଇ ବି ସରକାର ପ୍ରଯତ୍ନ କରୁଛି ।
