କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ସଦର ଥାନା ଅଧିନ ହାଟବାଗ ଅଙ୍ଗନୱାଡି କେନ୍ଦ୍ର ନିକଟରେ ଲୁଟେରାମାନେ ଭୁଜାଲୀମାଡ଼ କରି ୪ ଲକ୍ଷ ୯୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବରପାଇ ସଦର ଥାନା ଅଧିକାରୀ ସରୋଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ଆଖପାଖରେ ଥିବା ସିସିଟିଭି ଫୁଟେଜ ଆଧାରରେ ଲୁଟେରା ମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଥିବା ଜଣାପଡିଛି । ଘଟଣା ମୁତାବକ ହଳଦିଆ ଗ୍ରାମର ସୋନା ଟ୍ରେଡର୍ସ ନାମକ ଏକ ବ୍ରଏଲର ଫାର୍ମର କଲେକସନ ଏଜେଣ୍ଟ ଆଲାମ ଗିରି ନାମକ କର୍ମଚାରୀ ବିଭିନ୍ନ ସ୍ଥାନରୁ ଟଙ୍କା ଆଦାୟ କରି ଫେରୁଥିଲେ । ଭାଟବାଗ ନିକଟରେ ଥିବା ଆମ୍ବତୋଟା ନିକଟରେ ଯାଉଥିବା ବେଳେ ଦୁଇଜଣ ଦୁର୍ବୁତ ବାଇକରେ ଆସି ତାଙ୍କୁ ଅଟକାଇବା ସହ ଭୁଜାଲୀରେ ଆକ୍ରମଣ କରିଥିଲେ । ଆଲାମ ଗିରି ତଳେ ପଡି ଯିବାରୁ ଦୁର୍ବୁତମାନେ ତାଙ୍କ ଟଙ୍କା ବ୍ୟାଗ୍ ଛଡାଇ ନେଇ ଫେରାର୍ ହୋଇ ଯାଇଥିଲେ । ଦୁର୍ବୁତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଆମାଲ ଗିରି ମେଡିକାଲ ରେ ଭର୍ତି ହୋଇଥିବା ଜଣାପଡିଛି । ତେବେ ଖବର ପାଇ ପୋଲିସ ନିଜ ଆଡୁ ଅନୁସନ୍ଧାନ କରୁଥିବା ବେଳେ ରିପୋର୍ଟ ଲେଖ ହେବା ପର୍ଯ୍ୟନ୍ତ କୈାଣସି ଅଭିଯୋଗ ଥାନାରେ ହାେଇ ନଥିବା ଥାନା ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି ।
