
ନୂଆଦିଲ୍ଲୀ, 19 ଜାନୁଆରୀ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି। ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏସଇସିଏଲ) ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଆକାରରେ ୧×୬୬୦ ମେଗାୱାଟ୍ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ମହାନଦୀ ବେସିନ୍ ପାୱାର୍ ଲିମିଟେଡ୍ (ଏମବିପିଏଲ) ଜରିଆରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୨x୮୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି । ଏମବିପିଏଲ୍ ହେଉଛି ଏମସିଏଲର ଏକ ସହଯୋଗୀ କମ୍ପାନୀ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
