ଶିବ ମନ୍ଦିରରେ ଭକ୍ତ ଙ୍କ ଭିଡ
ଜୟପୁର, 20 ନଭେମ୍ବର (ହି.ସ.) କାତ୍ତିକ ସୋମବାରରେ ଜୟପୁର ସହର ରେ ଥିବା ଶିବ ମନ୍ଦିରରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଜୟପୁର ସ୍ଥିତ ଅଷ୍ଟଶମ୍ଭୁ ପଞ୍ଚନନ ମନ୍ଦିର, ନିଳକଣ୍ଠେଶ୍ୱର, ହଟେକେଶ୍ୱର, ବୈଦନାଥ ମନ୍ଦିର, ବାରିଣିପୁଟ ସ୍ଥିତ ଶିବ ମନ୍ଦିର, ଗାଗନାପୁର ସ୍ଥିତ ଶିବ ମନ୍ଦିର, କପିଳେଶ୍ୱର ମନ୍ଦିର, ବାଲୁଙ୍କେଶ୍ୱର ଶିବ ମନ୍ଦିର ମାନଙ୍କରେ ଭକ୍ତ ଙ୍କ ଭିଡ ଜମିଥିଲା ।ଭୋର ସକାଳୁ ଭକ୍ତ ମାନେ ହାତରେ ନଡିଆ, କଦଳି ଧରି ଶିବାଳୟ ମାନଙ୍କ ରେ ଭିଡ ଜମାଇଥିଲେ । ହବିଷ୍ୟାଳି ମାନେ ହାତିଶାଳ ସ୍ଥିତ ଶିବ ମନ୍ଦିର ନିଳକଣ୍ଠେଶ୍ୱର ମନ୍ଦିର ପରିସରରେ ରେ ପ୍ରସାଦ ସେବନ କରି ଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପବନ /ସମନ୍ୱୟ
