ଭୁବନେଶ୍ୱର, ୨୨ ଅଗଷ୍ଟ, (ହି.ସ)- ରାଜଧାନୀରେ ହେବ କୁକୁର ଗଣନା। ଉଭୟ ବୁଲା ଓ ପୋଷା କୁକୁର ଗଣନା କରାଯିବ ବୋଲି ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗଣନା ପରେ କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ବିଏମସି ପାଖରେ ସବୁ ତଥ୍ୟ ରହିବ। ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଏହା ଦ୍ୱାରା ସହର ସୁନ୍ଦର ରହିବ ଏବଂ କୁକୁର ସୁରକ୍ଷିତ ରହିବେ ବୋଲି ମେୟର କହିଛନ୍ତି।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
