ଭୁବନେଶ୍ୱର, 19 ଜୁନ୍ (ହି.ସ.)
– ରଥଯାତ୍ରା ପାଇଁ
ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଶ୍ରୀଗୁଣ୍ଡିଚା ମନ୍ଦିର
ପରିଦର୍ଶନ ତାହାର ଉନ୍ନତିକରଣ ଓ ସୈାନ୍ଦର୍ଯ୍ୟୀକରଣ କାର୍ଯ୍ୟ,
ଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ପାର୍ଶ୍ଵରେ ନିର୍ମାଣ
କରାଯାଉଥିବା ସୂଚନା କେନ୍ଦ୍ର ଏବଂ ସମ୍ମୁଖ ଭାଗ ପାଚେରୀରେ ଖଣ୍ଡେଲାଇଟ ପଥର ସ୍ଥାପନ ଇତ୍ୟାଦି
କାର୍ଯ୍ୟର ଅଗ୍ରଗତି ତଦାରଖ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି
ଉପମୁଖ୍ୟମନ୍ତ୍ରୀ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
