ମିଳିତ ଅମଲା ମଞ୍ଚ ର ବୈଠକ ଅନୁଷ୍ଠିତ
ଜୟପୁର,୧୦ ଜାନୁଆରୀ (ହି.ସ.)- ଜୟପୁର ଯାଦବ ଭବନ ଠାରେ ମିଳିତ ଅମଲା ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଏକ ମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ଅତି ଶିଘ୍ର ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ପ୍ରତିଶ୍ରୁତି ଦେବାର ୬ ମାସ ଅତିକ୍ରାନ୍ତ ହେଇଯାଇଥିଲେ ସୁଧା ସରକାର ଅମଲା ମାନଙ୍କ ଦାବି ପୁରଣରେ କିଛି ପଦକ୍ଷେପ ଗ୍ରହଣ କରିନଥିବା ଯୋଗୁଁ ତା ୭.୧.୨୦୨୪ ରିଖ ଦିନ ଭୁବନେଶ୍ୱର କର୍ମଚାରୀ ଭବନ ଠାରେ ରାଜ୍ୟ ମିଳିତ ଅମଲା ମଞ୍ଚ ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ଶ୍ରୀ ଚିତ୍ତରଞ୍ଜନ ତରାସିଆ ଆବାହକ ରାଜ୍ୟ ମିଳିତ ଅମଲା ମଞ୍ଚ ଆବାହକ ଙ୍କ ଆହ୍ୱାନ କ୍ରମେ ରାଜ୍ୟ ର ସମଗ୍ର ଜିଲ୍ଲା ର ମିଳିତ ଅମଲା ମଞ୍ଚ ଆବାହକ, ଅଧ୍ୟକ୍ଷ ଓ କର୍ମକର୍ତ୍ତା ଉକ୍ତ ବୈଠକରେ ଯୋଗଦାନ କରିଥିଲେ । ସେହିପରି ଓଡ଼ିଶା ଅମଲା ସଂଘ ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଟ୍ରେଜେରି ଅମଲା ସଂଘ ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ, ନିବନ୍ଧକ ଅମଲା ସଂଘ ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଓ ରାଜସ୍ୱ ଅମଲା ସଂଘ ରାଜ୍ୟ କାର୍ଯ୍ୟକାରି ସଭାପତି ଯୋଗଦାନ କରିବା ସହିତ ସେମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସମସ୍ତେ ସ୍ଥଗିତ ରଖାଯାଇଥିବା ଆନ୍ଦୋଳନ କୁ ପୁଣିଥରେ ଆରମ୍ଭ କରିବା ନେଇ ମତ ଦେଇଥିଲେ ।ଅପର ପକ୍ଷରେ ସମସ୍ତ ଉପସ୍ଥିତ ମିଳିତ ଅମଲା ମଞ୍ଚ ଅଧ୍ୟକ୍ଷ ଓ ଆବାହକ ପୁଣିଥରେ ଆନ୍ଦୋଳନ କୁ ଓହ୍ଲାଇବା ନେଇ ମତାମତ ଉପସ୍ଥାପନ କରିଥିଲେ, ରାଜ୍ୟ ମିଳିତ ଅମଲା ମଞ୍ଚ ଅଧ୍ୟକ୍ଷ ନାରାୟଣ ଦାଶ୍ ଙ୍କ ଅଧ୍ୟକ୍ଷତାରେ ଚିତ୍ତରଞ୍ଜନ ତରାସିଆ ଆବାହକ ରାଜ୍ୟ ମିଳିତ ଅମଲା ମଞ୍ଚ ସଭାପତିତ୍ୱ କରିଥିଲେ, ସମସ୍ତ ଙ୍କ ମତ ଆଧାରରେ ଆସନ୍ତା ୧୯ ତାରିଖରୁ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୁହ ଛୁଟିରେ ରହିବା ସହ ଆନ୍ଦୋଳନ କୁ ଅହ୍ଲାଇବା ନେଇ ଚୁଡାନ୍ତ ନିଷ୍ପତି ହୋଇଥିଲା ,ଉକ୍ତ ଚୁଡାନ୍ତ ନିଷ୍ପତି କୁ ପାଥେୟ କରି ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ମିଳିତ ଅମଲା ମଞ୍ଚ ସଭାପତି ତଥା ଆବାହକ ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ କୋରାପୁଟ ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ଯୋଗଦାନ କରିବା ସହିତ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବା ନେଇ ମତାମତ ଉପସ୍ଥାପନ କରିଥିଲେ, ଏଥିରେ ଓଡ଼ିଶା ଅମଲା ସଂଘ ଅଧ୍ୟକ୍ଷ ନବରଙ୍ଗପୁର ଜିଲ୍ଲା ଶାଖା କୈଳାସ ଚନ୍ଦ୍ର ସାମନ୍ତରାୟ ଓ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାଶ୍ ନିଜ ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୁହ ଛୁଟିରେ ରହିବା ସହ ଆନ୍ଦୋଳନକୁ ଓହ୍ଲାଇବା ନେଇ ମତାମତ ଉପସ୍ଥାପନ କରିଥିଲେ । ସରକାର ରାଜସ୍ୱ ଅମଲା ମାନଙ୍କ କ୍ୟାଡ଼ର ପୁନର୍ଗଠନ କରିଥିବା ଯୋଗୁଁ ସରକାର ଙ୍କୁ କିଛି ରାଜସ୍ୱ ଅମଲା ଧନ୍ୟବାଦ ଅର୍ପଣ କରିଥିଲେ ମଧ୍ୟ ଅନ୍ୟ ପକ୍ଷରେ ଏଥିରେ ଅମଲା ମାନଙ୍କ ପାଇଁ କିଛି ଫଳପ୍ରଦ ହୋଇନାହିଁ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଅନ୍ୟ ପକ୍ଷରେ ରାଜ୍ୟ ସଂଘ କନିଷ୍ଠ ସହାୟକ ମାନଙ୍କ ଦୀର୍ଘ ଦିନର ଏକ ମାତ୍ର ଦାବି ପୁରଣ କରିବା ନିମନ୍ତେ ସରକାର ଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ମଧ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରିନଥିବା ଯୋଗୁଁ କନିଷ୍ଠ ସହାୟକ ମାନେ ସରକାର ଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଥିବା ସୁଚନା ମିଳିଛି, ଏହି କ୍ଷେତ୍ରରେ ଜିଲ୍ଲା ସ୍ତରୀୟ ଅମଲା ରାଜ୍ୟ ସଂଘ ର କର୍ମକର୍ତ୍ତା ଙ୍କୁ ଦାୟୀ କରିବା ସହିତ କଟୁ ସମାଲୋଚନା କରୁଥିବା ସୁଚନା ମିଳିଛି, ଯେହେତୁ ରାଜ୍ୟ ସଂଘ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଆଧାର ରେ ଧାରଣା କୁ ୧୭.୦୬.୨୦୨୩ ରିଖ ଦିନ ଠାରୁ ସ୍ଥଗିତ କରିଛନ୍ତି ଓ ସରକାର ଙ୍କ ପ୍ରତିଶ୍ରୁତି ଉପରେ ସମ୍ପୁର୍ଣ୍ଣ ଭାବରେ ଭରଷା କରିଚାଲିଛନ୍ତି, ବୈଠକ ରେ ଶ୍ରୀ ଶଶୀଭୂଷଣ ଦାଶ ସଭାପତି ତଥା ଆବାହକ ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ଶାଖା ସଭାପତିତ୍ୱ କରିବା ସହିତ ଉପସ୍ଥିତ ସମସ୍ତ ଅମଲା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରି ଶେଷରେ ସମସ୍ତ ଉପସ୍ଥିତ ଅମଲା ସମାନ କାମ କୁ ସମାନ ଦରମା ର ସ୍ଲୋଗାନ ଦେବା ସହିତ ମିଡ଼ିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଘଟଣା ମିଡ଼ିଆ ବନ୍ଧୁ ମାନେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ କରିଥିଲେ ।ଏଥିରେ ମୁଖ୍ୟତଃ କାଳୀ ପ୍ରସାଦ ମିଶ୍ର, ଜଗେନ୍ଦ୍ର ଚୈଧୁରି, ଜୟନ୍ତ କୁମାର ସାହୁ, ସୁଜାତା ମହାପାତ୍ର, ତ୍ରିନାଥ ପଣ୍ଡା, ସାନ୍ତୁନୁ କୁମାର ଜେନା, ନାଗେଶ୍ୱର ରାଓ, ବିନୋଦ କୁନାର ତ୍ରିପାଠୀ, ସତ୍ୟ ରଞ୍ଜନ ତ୍ରିପାଠୀ, ଜଗନ୍ନାଥ ମାଝୀ, ବାଳ ଗୋପାଳ ମିଶ୍ର, ସୁରେଶ କୁମାର ପଟ୍ଟନାୟକ, ପ୍ରମୁଖ ଯୋଗଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପବନ
………./ବନ୍ଦନା
