ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପୂର୍ବରୁ ଭୁବନେଶ୍ୱରର ‘କ୍ଲବ ଚକୋଲେଟ’ର ଛାତ୍ରଛାତ୍ରୀଙ୍କ
ପକ୍ଷରୁ ଚକୋଲେଟରେ ପିଏମଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇଛି । ଛାତ୍ରଛାତ୍ରୀଙ୍କ ଏହି
ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପୂର୍ବରୁ ତାଙ୍କୁ ଅନନ୍ୟ ଉପହାର । ଭୁବନେଶ୍ୱରର ‘କ୍ଲବ ଚକୋଲେଟ’ର ଛାତ୍ରଛାତ୍ରୀମାନେ ଚକୋଲେଟରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି ତିଆରି କରି ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ
ନେତୃତ୍ବକୁ ସମ୍ମାନ ଜଣାଇଛନ୍ତି । ଏପରି ଅଭିନବ ଓ କୁଶଳୀ ଉଦ୍ୟମ ପାଇଁ ଛାତ୍ରଛାତ୍ରୀଙ୍କୁ
ଶୁଭେଚ୍ଛା ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
