ଭୁବନେଶ୍ୱର, 4 ଡିସେମ୍ବର (ହି.ସ.)
– ଭାରତୀୟ ନୌସେନା ଦିବସରେସାହସୀ ସୈନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ
ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନିଜର ଅସୀମ
ସାହସ ଏବଂ ବଳିଦାନ ପ୍ରତିବଦଳରେ ସାମୁଦ୍ରିକ ସୀମାରେ ଦେଶର ସୁରକ୍ଷା ପାଇଁ ସଦା ପ୍ରସ୍ତୁତ
ନୌବାହିନୀ । ପାକିସ୍ତାନ ସହ ଯୁଦ୍ଧରେ ମହାବିଜୟର ସ୍ମୃତିକୁ ମନେପକେଇବା ପାଇଁ ପ୍ରତିବର୍ଷ
ଡିସେମ୍ବର ୪ ତାରିଖରେ ପାଳିତ ହେଉଛି ଭାରତୀୟ ନୌସେନା ଦିବସ । ଦେଶମାତୃକା ପାଇଁ ବଳିଦାନ
ଦେଇଥିବା ଭାରତୀୟ ନୌସେନାର ପ୍ରତି ବୀର ଯବାନଙ୍କୁ ପ୍ରଣାମ ଜଣାଉଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
