
ସମ୍ବଲପୁର, ୦୮ ଅଗଷ୍ଟ (ହି.ସ.) – ସମ୍ବଲପୁର ସହରରେ ବେଆଇନ ଗୋ-ଚୋରାଚାଲାଣ ଏବଂ ଗୋ-ହତ୍ୟା ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଧନୁପାଲି ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୧୨ ଟି ଗୋରୁ ଉଦ୍ଧାର କରିବା ସହ ଗୋଟିଏ ପିକଅପ ଭ୍ୟାନ ଏବଂ ୧ କ୍ୱିଂଟାଲ ଗୋ-ମାଂସ ଜବତ କରିଛି। ସୁନାପାଲି ନିକଟରେ ବେଆଇନ ଗୋରୁ ଚୋରା ଚାଲାଣ ସୁରାକ୍ ପାଇ ଧନୁପାଲି ଥାନା ପୋଲିସ ଏହି ସଫଳତା ହାସଲ କରିଛି । ଚୋରା ଚାଲାଣ କାରୀମାନେ ସୀମାନ୍ତ ବରଗଡ଼ ଜିଲ୍ଲା ଅତାବିରାରୁ ବେଆଇନ ଭାବରେ ଏହା ପରିବହନ କରୁଥିଲେ। ପୋଲିସ ଏହି ଗୋ- ଚାଲାଣ ଓ ଗୋ-ହତ୍ୟା ଅପରାଧରେ ସମ୍ପୃକ୍ତ ୪ ଜଣ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ
