
ଭୁବନେଶ୍ୱର, ୨୬ ଡ଼ିସେମ୍ବର (ହି.ସ ) -ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାରେ ବିଜେଡି ଅସହିଷ୍ଣୁ ଓ ଭୟଭୀତ ହୋଇପଡିଛି l ସେଥିପାଇଁ ପାଇଁ ସେମାନେ ବିଜେପିର ଲୋକ ପ୍ରତିନିଧିମାନଙ୍କୁ ଅଯଥାରେ ବିରୋଧ କରିବା ସହିତ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି l ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡି ଯେଉଁଭଳି ଭାବରେ ଅଗଣତାନ୍ତ୍ରିକ ଭାବରେ ବିରୋଧ କଲା ତାହା ନିନ୍ଦନୀୟ l ଭୁବନେଶ୍ୱର ଜିଲ୍ଲା ବିଜେପି ଏହାକୁ ଦୃଢ ନିନ୍ଦା କରୁଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଜିଲ୍ଲା ସଭାପତି ବାବୁ ସିଂ l
ରାଜ୍ୟରେ 23 ବର୍ଷ ହେଲାଣି ବିଜେଡି ସରକାରରେ ଅଛି l ଭୁବନେଶ୍ୱରରେ ଆଜି ସହର ବାସି ମୌଳିକ ସୁବିଧାରୁ ବଂଚିତ l ଅଳିଆ ପାହାଡ଼ର ଗଦା ଉପରେ ଭୁବନେଶ୍ୱର ଠିଆ ହୋଇଛି l ଏଭଳି ସ୍ଥିତିରେ ବିଜୁ ଜନତା ଦଳର କର୍ମୀମାନେ ନିଜର ବିଧାୟକମାନଙ୍କୁ ମନ୍ତ୍ରୀମାନଙ୍କୁ ଭୁବନେଶ୍ୱରର. ସମସ୍ୟା ବିଷୟରେ ପ୍ରଶ୍ନ କଲେ ଭଲ ହୁଅନ୍ତା ବୋଲି ଶ୍ରୀ ସିଂ କହିଛନ୍ତି l
