• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ – ଧର୍ମେନ୍ଦ୍ର ପ୍ରଧାନ
Regional

‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ – ଧର୍ମେନ୍ଦ୍ର ପ୍ରଧାନ

CliQ INDIA
Last updated: December 14, 2025 6:10 am
CliQ INDIA
Share
4 Min Read
SHARE

ଭୁବନେଶ୍ୱରରେ ପୂର୍ବୋଦୟ ଦୃଷ୍ଟିକୋଣ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତା

ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ । ଏହି ଆହ୍ୱାନ ମଧ୍ୟରେ ଥିବା ସମ୍ଭାବନାକୁ ବାସ୍ତବର ରୂପ ଦେବା ସହ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଦରକାର ବୋଲି ଆଜି ଭୁବନେଶ୍ୱର ଠାରେ ‘ପୂର୍ବୋଦୟ ଦୃଷ୍ଟିକୋଣ – ୨୦୨୫’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଦ ଏନର୍ଜି ଫୋରମ୍ (ଟିଇଏଫ)ର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାକୁ ଆଗକୁ ନେବା ଦିଗରେ ଏଭଳି ଆୟୋଜନ ସ୍ୱାଗତଯୋଗ୍ୟ । ୨୦୧୬ ମସିହା ଫେବୃଆରୀ ୬ ତାରିଖରେ ଇଣ୍ଡିଆନ ପାରାଦୀପ ରିଫାଇନାରୀକୁ ଦେଶ ପାଇଁ ଉତ୍ସର୍ଗ କରିବା ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ‘ପୂର୍ବୋଦୟ’ର ଆଧାରଶିଳା ରଖିଥିଲେ । କେନ୍ଦ୍ର ବଜେଟ୍ ୨୦୨୪ରେ ମଧ୍ୟ ଏହି ପୂର୍ବୋଦୟ ଯୋଜନାକୁ ଆଣି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶକୁ ନେଇ ଗଠିତ ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ଅଞ୍ଚଳକୁ ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ ଭାବରେ ରୂପାନ୍ତରିତ କରିବା ।

ପୂର୍ବୋଦୟର ପ୍ରବେଶପଥ ଏବଂ ଶକ୍ତି ନିରାପତ୍ତାଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇ ସେ କହିଛନ୍ତି ଯେ ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ଏବଂ ଖଣିଜ ଭିତ୍ତିକ ଶିଳ୍ପ ସହିତ ଓଡ଼ିଶା ଆଜି ପୂର୍ବୋଦୟର ପ୍ରବେଶପଥ ଭାବରେ ଉଭା ହୋଇଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ବନ୍ଦର ଭିତ୍ତିକ ବିକାଶ ଏବଂ ବ୍ଲୁ ଇକୋନୋମି ହେଉଛି ଆମ ସରକାରଙ୍କ ପ୍ରମୁଖ ପ୍ରାଥମିକତା । ଅର୍ଥନୈତିକ କରିଡର କେବଳ ରାସ୍ତା ଓ ବନ୍ଦର ନୁହେଁ, ଏହା ଶକ୍ତି, ତଥ୍ୟ, ଆର୍ôଥକ ଏବଂ ବିଚାରର ପ୍ରବାହକୁ ମଧ୍ୟ ଦର୍ଶାଉଛି । ବର୍ତ୍ତମାନ ସମୟରେ ପୂର୍ବ ଭାରତ ଦ୍ରୁତ ଗତିରେ ଏକ ରଣନୈତିକ ଶକ୍ତି କରିଡର ଭାବରେ ଉଭା ହେଉଛି । ଆଜି ଭାରତରେ ୯,୩୦୦ କିଲୋମିଟରରୁ ଅଧିକ ପେଟ୍ରୋଲିୟମ ଏବଂ ଉତ୍ପାଦ ପାଇପଲାଇନ କାର୍ଯ୍ୟକ୍ଷମ ଅଛି । ଏହି ପାଇପଲାଇନଗୁଡ଼ିକ ପାରାଦୀପ, ଧାମରା, ହଳଦିଆ ଏବଂ ଭାଇଜାଗ ବନ୍ଦର ସହିତ ମିଶି ଅଶୋଧିତ ତୈଳ, ଏଲଏନଜି ଏବଂ ପେଟ୍ରୋକେମିକାଲ୍ ବାଣିଜ୍ୟ ପାଇଁ ଶକ୍ତିଶାଳୀ ପ୍ରବେଶପଥ ପାଲଟିଛନ୍ତି । ଏହି ସମନ୍ୱିତ ନେଟୱର୍କ ଶକ୍ତି ନିରାପତ୍ତାକୁ ମଜବୁତ କରିବା ସହ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରୁଛି । ବିଶ୍ୱ ନିବେଶକମାନଙ୍କ ପାଇଁ ଏହି ଆକର୍ଷଣର କେନ୍ଦ୍ର ହୋଇଛି, ଯାହା ଭାରତର ପୂର୍ବ ଉପକୂଳ ଏବଂ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ଶକ୍ତି ଭାଗିଦାରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରୁଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ସ୍ଥାୟୀତ୍ୱ ବା ସଷ୍ଟେନବିଲିଟି ହେଉଛି ଅନ୍ୟ ଏକ ପ୍ରମୁଖ ଧ୍ୟାନ କ୍ଷେତ୍ର। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆମ ସରକାର ସ୍ଥାୟୀତ୍ୱ ଏବଂ ଜଳବାୟୁ ପରିବର୍ତ୍ତନର ଚିନ୍ତାଧାରାକୁ ସମାଧାନ କରିବା ପାଇଁ ବ୍ୟାପକ ନୀତିଗତ ହସ୍ତକ୍ଷେପ କରିଛନ୍ତି । ଆଗାମୀ କାଲିର ସବୁଜତା ପାଇଁ ସ୍ୱଚ୍ଛ ଶକ୍ତି କେବଳ ଏକ ବିକଳ୍ପ ନୁହେଁ, ଏହା ହେଉଛି ଏକମାତ୍ର ଉପାୟ । ପୂର୍ବୋଦୟ କେବଳ ଅଭିବୃଦ୍ଧି ବିଷୟରେ ନୁହେଁ- ଏହା ସବୁଜ ଅଭିବୃଦ୍ଧି ବିଷୟରେ ମଧ୍ୟ । ଆମେ ଭବିଷ୍ୟତର ରୂପାନ୍ତର ପାଇଁ ପଥ ପ୍ରସ୍ତୁତ କରୁଛୁ, ଯାହା ସବୁଜ ହାଇଡ୍ରୋଜେନ୍‌, ଜୈବ ଇନ୍ଧନ, ସ୍ୱଳ୍ପ-କାର୍ବନ ରିଫାଇନିଂ ଏବଂ ସ୍ୱଚ୍ଛ ପେଟ୍ରୋକେମିକାଲ୍ସ ପୂର୍ବୋଦୟକୁ ସ୍ଥାୟୀ ବିକାଶ ସହିତ ସମନ୍ୱିତ କରୁଛି ।

ଯୁବ ସମ୍ବଳ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ବିଶ୍ୱସ୍ତରୀୟ ପ୍ରତିଭା ପାଇଁ ଆମର ଯୁବଗୋଷ୍ଠୀ ଭାରତର ଭବିଷ୍ୟତ ଗଠନ କରିବାର ସାମର୍ଥ୍ୟ ରଖିଛନ୍ତି । ପୂର୍ବୋଦୟ ରାଜ୍ୟଗୁଡ଼ିକ ସମୃଦ୍ଧ ମାନବ ସମ୍ବଳ ପାଇଁ ଜଣାଶୁଣା । ଆମର ସମ୍ଭାବନାକୁ ଉପଯୋଗ କରିବା ପାଇଁ ଶିକ୍ଷା ଏବଂ ଦକ୍ଷତା ହେଉଛି ଦୁଇଟି ମୁଖ୍ୟ ସ୍ତମ୍ଭ । ଏହି ଅଞ୍ଚଳରେ ଆଇଆଇଟି, ଏନଆଇଟି, ଆଇଆଇଏମ୍‌, ଆଇଜର, ନାଇଜର ଭଳି ଅନୁଷ୍ଠାନଗୁଡ଼ିକ ଅନ୍ୟାନ୍ୟ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଅଛି । ଏହି ଅନୁଷ୍ଠାନଗୁଡ଼ିକ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ମାନବ ସମ୍ବଳ ସୃଷ୍ଟି କରୁଛନ୍ତି, ଯାହା ଦେଶ ଗଠନରେ ଅବଦାନ ଦେଉଛି । ନିକଟରେ ଓଡ଼ିଶା ସରକାର ଏବଂ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି ନେଟୱର୍କ, ସିଙ୍ଗାପୁର ମଧ୍ୟରେ ସାମ୍ପ୍ରତିକ ସହଯୋଗ ଦେଶର ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ଆଣିଦେଇଛି ।

ଏହି ସମ୍ମିଳନୀକୁ ଭବିଷ୍ୟତ ପାଇଁ ଆଗାମୀ ପଥ ଉପରେ ଚିନ୍ତା କରିବାକୁ ପଡିବ । ଆମ ଯୁବକମାନଙ୍କୁ କିପରି ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯିବ ? ଏହି ସମ୍ବଳ-ସମୃଦ୍ଧ ଅଞ୍ଚଳର ସମ୍ଭାବନାକୁ କିପରି ଉପଯୋଗ କରାଯାଇପାରିବ ? ଅଞ୍ଚଳର ବିକାଶରେ ଘରୋଇ କ୍ଷେତ୍ରକୁ କିପରି ଅଧିକ ସକ୍ରିୟ ଭାବରେ ଜଡିତ କରାଯାଇପାରିବ ? ଉପରେ ଆଲୋକପାତ କରିଛନ୍ତି ଶ୍ରୀ ପ୍ରଧାନ । ଶେଷରେ, ଏହି ଆନ୍ତର୍ଜାତୀୟ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିଥିବାରୁ ଶ୍ରୀ ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଟିଇଏଫ ଏବଂ ସିଆଇଆଇକୁ ପ୍ରଶଂସା କରିଛନ୍ତି ।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ବଲାଙ୍ଗିର ମେଡ଼ିକାଲ କଲେଜ ର ହାଉସ୍ ସର୍ଜନଙ୍କୁ ମାଡ ଘଟଣା :ପ୍ରତିବାଦରେ ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ
ପୁରୀରେ ବ୍ରାଉନସୁଗର ଚାଲାଣକାରୀ ଗିରଫ | BulletsIn
ଜାତୀୟ ଡାକ ଦିବସର ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ
ଯମୁନାକୋଟ ବିବେକାନନ୍ଦ ଶିଶୁମନ୍ଦିର ବିଜ୍ଞାନମେଳାରେ ୫୮ଟି ପ୍ରକଳ୍ପ ପ୍ରଦର୍ଶିତ
ହୀରାକୁଦ ଜଳଭଣ୍ଡାରରୁ ୧୬ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article କୋଲକାତାରେ ଦୁଇ ବିଶ୍ଵ ତାରକାଙ୍କ ବିଶେଷ ଭେଟ – ଶାହରୁଖ ଖାନ ମେସିଙ୍କୁ ପୁଅ ଅବରାମଙ୍କ ସହିତ ଭେଟିଲେ
Next Article କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଓଜିଡବ୍ଲୁ ବିରୁଦ୍ଧରେ ଅଭିଯାନ ଆରମ୍ଭ, ୧୫୦ ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?