• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ବିଏମ୍ ସିର “ଏକ ଦିନ, ଏକ ଘଣ୍ଟା, ଏକ ସାଥ” କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ • ଭୁବନେଶ୍ୱର ମହାନଗର ନିଗମ ହେବ ସବୁଜ ସହର-ମୁଖ୍ୟମନ୍ତ୍ରୀ
Regional

ବିଏମ୍ ସିର “ଏକ ଦିନ, ଏକ ଘଣ୍ଟା, ଏକ ସାଥ” କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ • ଭୁବନେଶ୍ୱର ମହାନଗର ନିଗମ ହେବ ସବୁଜ ସହର-ମୁଖ୍ୟମନ୍ତ୍ରୀ

CliQ INDIA
Last updated: September 26, 2025 11:15 am
CliQ INDIA
Share
4 Min Read
SHARE

ଭୁବନେଶ୍ୱର 25 ସେପ୍ଟେମ୍ବର (ହି.ସ.)

ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଆୟୋଜିତ ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁ ଲିଙ୍ଗରାଜଙ୍କ ଦେବୀ ପାଦହରା ପୁଷ୍କରିଣୀ ନିକଟ ଭଜନ ମଣ୍ଡପଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମର ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ସ୍ଥାନୀୟ କର୍ପୋରେଟର ତଥା ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହଙ୍କ ସମେତ ବହୁ କର୍ପୋରେଟର ଓ ନେତୃବୃନ୍ଦ ମଞ୍ଚାସୀନ ଥିଲେ ।

ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷ ଅବସରରେ ବିଏମ୍ ସି ପକ୍ଷରୁ ଆୟୋଜିତ ଏକ ଦିନ୍, ଏକ ଘଣ୍ଟା ଏକ୍ ସାଥ୍ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଥମେ ଲିଙ୍ଗରାଜଙ୍କ ପାର୍କରେ ବୃକ୍ଷ ରୋପଣ କରିବା ସହ ଲିଙ୍ଗରାଜଙ୍କ ଭଜନ ମଣ୍ଡପ ଓ ଦେବୀ ପାଦହରା ପୁଷ୍କରିଣୀ ନିକଟରେ ଗଣ ସଫେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଅତିଥିମାନଙ୍କ ଗହଣରେ ଭାରତର ଅନ୍ୟତମ ଜନନାୟକ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସର ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସବୁଜ ସହରରେ ପରିଣତ କରିବା ପାଇଁ ସମବେତ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଆହ୍ୱାନକୁ ଘରେ ଘରେ ପହଞ୍ଚାଇବା ସହ ଓଡିଶାର ମୁଖଶାଳା ତଥା ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ ସହରରେ ପରିଣତ କରିବା ପାଇଁ ଭୁବନେଶ୍ୱରବାସିଙ୍କୁ ଅନୁରୋଧ କରିଛନ୍ତି ।

ଏହି ଅବସରରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସ୍ୱଚ୍ଛତା କ୍ଷେତ୍ରରେ 84 ତମ ସ୍ଥାନରେ ଥିବା ବିଏମ୍ ସି ଏବେ ସମଗ୍ର ଦେଶର ସ୍ୱଚ୍ଛ ସହର ତାଲିକାର 9ମ ସ୍ଥାନରେ ରହିଛି । ଆଗାମୀ ଦିନରେ ଯେପରି ଏକ ନମ୍ବର ସ୍ଥାନ ଅଧିକାର କରିବ, ସେଥିପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ।

ବିଏମ୍ ସିକୁ ସମଗ୍ର ଦେଶରେ ଏକ ନମ୍ବର ସହରରେ ପରିଣତ କରିବା ପାଇଁ ଭୁବନେଶ୍ୱରବାସୀଙ୍କ ସହଯୋଗ, ସହଭାଗିତା କାମନା କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ । ଜନସାଧାରଣଙ୍କ ସହଯୋଗ ଏବଂ ରାଜ୍ୟ ସରକାରଙ୍କର ସହାୟତା ମିଳିଲେ, ଭୁବନେଶ୍ୱର ମହାନଗର ନିଗମ ଚଳିତ ବର୍ଷ ଦେଶର ଏକ ନମ୍ବର ସ୍ଥାନରେ ରହିବ । ତେବେ ଭୁବନେଶ୍ୱରବାସିଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇପାରିବ ନାହିଁ । ଏଣୁ ସହରକୁ ସ୍ୱଚ୍ଛ ଓ ସବୁଜ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ।

ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ବିଏମ୍ ସି କମିଶନର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅଧିନରେ ଚାଲିଥିବା ସ୍ୱଚ୍ଛତା ପକ୍ଷ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଚଳିତ ବର୍ଷ ସ୍ୱଚ୍ଛତା ହିଁ ସେବାର ଥିମ୍ ରହିଛି ‘ସ୍ୱଚ୍ଛ ଉତ୍ସବ’। ସେପ୍ଟେମ୍ବର 17 ତାରିଖରୁ ଐତିହସ୍ଥଳ ଖଣ୍ଡଗିରିରୁ ଆରମ୍ଭ ହୋଇଛି ଏହି ସ୍ୱଚ୍ଛ ଉତ୍ସବ ଅଭିଯାନ । ଆଜି ଦିନଦୟାଲ ଉପାଧ୍ୟାୟଙ୍କ 110 ତମ ଜୟନ୍ତୀ ଅବସରରେ ଦେଶବ୍ୟାପି ଏକ ଦିନ, ଏକ ଘଣ୍ଟା, ଏକା ସାଥିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେଥିପାଇଁ ବିଏମ୍ ସିର ସମୁଦାୟ 67ଟି ଓ୍ୱାର୍ଡର ପ୍ରାୟ 40ଟି ସ୍ଥାନରେ ଏହିପରି ଗଣସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ସେ ସୂଚନା ଦେଇଥିଲେ । ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅଧିନରେ-ବର୍ଜ୍ୟ ପ୍ରବଣ ସ୍ଥାନକୁ ସୌନ୍ଦର୍ଯ୍ୟକରଣରେ ରୂପାନ୍ତର କରିବା, ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜନ କରିବା, ସର୍ବସାଧାରଣ ସ୍ଥାନକୁ ସ୍ୱଚ୍ଛ ରଖିବା, ସ୍ୱଚ୍ଛ ଉତ୍ସବ ପାଳନ କରିବା, ସ୍ୱଚ୍ଛତା ସଂପର୍କରେ ବିଦ୍ୟାଳୟ ଓ ମହାବିଦ୍ୟାଳସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା, ଆଦି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଉପସ୍ଥିତ ଅତିଥି ଓ ସମବେତ ଜନତାଙ୍କୁ ଅବଗତ କରାଇଥିଲେ ।

ଏହି ଗଣ ସଫେଇ କାର୍ଯ୍ୟକ୍ରମରେ ସ୍ୱଚ୍ଛ କର୍ମୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ପରିମଳ ନିରୀକ୍ଷକ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସିଭିଲ ଡିଫେନ୍ସର କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବ୍ୟକ୍ତି ବିଶେଷ, ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଛାତ୍ରଛାତ୍ରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବିଏମ୍ ସିର ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ ।

ଶେଷରେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

—————

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା

You Might Also Like

ପୁଣି ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ବିମାନବନ୍ଦରର ପାଚେରି
ମହିଳା କମିଶନର କାର୍ଯ୍ୟାଳୟ ଆଗରେ ବିଜୁ
ମହିଳା ଜନତା ଦଳର ଧାରଣା
ଯୋଗକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଉତରପ୍ରଦେଶରୁ ସାଇବର ଠକ ଗିରଫ – Hindusthan Samachar Odia
ମା’କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣା : ବୃଦ୍ଧାଙ୍କୁ ଭେଟିଲେ ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଜୁବୀନ୍ ଗର୍ଗଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ
Next Article ଆତଙ୍କବାଦର ଦୋହରା ମାନଦଣ୍ଡ ଉପରେ ଭାରତର ପ୍ରହାର
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?