ଭୁବନେଶ୍ୱର, 1 ଡିସେମ୍ବର (ହି.ସ.)- ବିଏମସି
ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମି । ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବାପୁଜିନଗର, ଅଶୋକ ନଗର, ଗଙ୍ଗ ନଗର,
ସହିଦ ନଗର, ସୂର୍ଯ୍ୟ ନଗର, ବମିଖାଲ,
ଝାରପଡ଼ା, ପଟିଆ ଭଳି ଅଞ୍ଚଳରେ ପ୍ରଭାବଶାଳୀ ଜବର ଦଖଲ
କରିଛନ୍ତି ସରକାରୀ ଜମି । ସେହି ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ
ନେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ଗୋଟେ କମିଟି ଗଠନ କରି ଖୁବଶୀଘ୍ର ଜବର ଦଖଲ ଜମି ଉଚ୍ଛେଦ
କରିବେ ବୋଲି ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ୭୦ ଏକର ସରକାରୀ ଜମି
ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
