ବଲାଙ୍ଗିର, ୨୯ ନଭେମ୍ବର (ହି.ସ.)- ବଲାଙ୍ଗିରରେ ନୂତନ ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ସୁଶ୍ରୀ ଲକ୍ଷ୍ମୀ ଶାକିଆ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ କୋରାପୁଟ ଜିଲ୍ଲାର ମୂଳ ବାସିନ୍ଦା। ତାଙ୍କର ଶିକ୍ଷା ଦୀକ୍ଷା ସେଠାରେ ହୋଇଥିବା ବେଳେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଲା ପରେ ଓଡିଶା ସୂଚନା ସେବା (ଓଆଇଏସ ୨) ପାଇଲା ପରେ ବଲାଙ୍ଗିରରେ ତାଙ୍କର ପ୍ରଥମ ନିଯୁକ୍ତି। ବଲାଙ୍ଗିର ସୂଚନା ଓ ଲୋକ ସମ୍ପର୍କ ଦାୟିତ୍ବରେ ଟିଟିଲାଗଡ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି ପୂର୍ବରୁ ଥିବା ସରୋଜ କୁମାର ସାହୁଙ୍କ ଭୁବନେଶ୍ୱର ବଦଳି ପରେ ଦାୟିତ୍ବରେ ଥିଲେ। ଜିଲ୍ଲାରେ ତିନୋଟି ଉପଖଣ୍ଡ ମଧ୍ୟରୁ ପାଟଣାଗଡ ଅତିରିକ୍ତ ସୂଚନା ଲୋକ ସମ୍ପର୍କ ଅଧିକାରୀ ପଦବୀ ଖାଲି ପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
