
ଭୁବନେଶ୍ୱର, 20 ଜାନୁଆରୀ – ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁଙ୍କ ପରଲୋକ ଘଟିଛି । କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ କଂଗ୍ରେସ ଓ ବିଜେପି ଦଳରୁ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ।
୧୯୯୬ ସାଧାରଣ ନିର୍ବାଚନରେ ପ୍ରଥମ ବରିଷ୍ଠ ଆଇପିଏସ ଅଫିସର ଭାବେ ଅନାଦି ସାହୁ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପୁଲିସ ବିଭାଗର ଆଇଜି ପଦବିରେ କାର୍ଯ୍ୟ କରୁଥିବା ଶ୍ରୀ ସାହୁ ସେହି ବର୍ଷ ଚାକିରିରୁ ଇସ୍ତଫା ଦେଇ କଂଗ୍ରେସ ପ୍ରାର୍ଥୀ ଭାବେ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। 1996 ମସିହାରେ କଂଗ୍ରେସ ଟିକେଟରେ ସେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୁ ପଟ୍ଟନାୟକଙ୍କ ଠାରୁ ପରାଜିତ ହୋଇଥିଲେ। ମାତ୍ର ଏହି ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ସେ କଂଗ୍ରେସ ଦଳ ପକ୍ଷରୁ ପୁଣି ଥରେ ନିର୍ବାଚନ ଲଢି ପ୍ରଥମ ଥର ପାଇଁ ଲୋକସଭାରେ ପହଂଚିଥିଲେ । ସେହିପରି ୧୯୯୯ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ |/ବନ୍ଦନା
