ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ପୂର୍ବତନ
ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଶୋକବ୍ୟକ୍ତ
କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, କନ୍ଧମାଳ ଜିଲ୍ଲା
ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ଆମ ଦଳର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଖବର
ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସରଳ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ବିଶେଷ
ଭାବରେ ଜନଜାତିଙ୍କ କଲ୍ୟାଣ ଓ ସେବା କରିବା ଦିଗରେ ସବୁବେଳେ ତତ୍ପର ରହୁଥିଲେ । ନିଜ
ନିର୍ବାଚନମଣ୍ଡଳୀ ପାଇଁ ସେ କରିଥିବା ବିକାଶମୂଳକ କାର୍ଯ୍ୟ ଚିର ସ୍ମରଣୀୟ ହୋଇରହିବ । ଅମର
ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର
ବର୍ଗଙ୍କୁ ସମବେଦନା ଜଣାଉଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
