
ଜୟପୁର, ୧୮ ଜାନୁଆରୀ (ହି. ସ.) – ବୋରିଗୁମ୍ମା ବ୍ଲକର ନୂଆଗାଁ ସରକାରୀ (ଏସ ଏସ ଡି) ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟ କମିଟି ସଭାପତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବୋରିଗୁମ୍ମା ବ୍ଲକ ଚେୟାରମ୍ୟାନ ମଦନ ମୋହନ ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଦେଇ ସରକାର ଙ୍କ ଶିକ୍ଷା ବ୍ୟବସ୍ଥାର ବାସ୍ତବତା ବଖାଣି ଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅର୍ଜୁନ ନାୟକ, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଗନ୍ତାୟତ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବେ ଡଃ ରଜତ କୁମାର ଷଡ଼ଙ୍ଗୀ ଛାତ୍ରୀ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜିତା ମୌସୁମୀ ଭତରା ସ୍ୱାଗତ ଭାଷଣ ସହ ବିର୍ଷିକ ବିବରଣୀ ପାଠ କରିଥିଲେ । ସହକାରୀ ଶିକ୍ଷକ ଏନ ରାଜେଶ କୁମାର କାର୍ଯ୍ୟକ୍ରମର ମଂଚ ପରିଚାଳନା ଥିଲେ । ବେଳେ ରାଜେଶ ଏହି ଅବସରରେ ସେବାୟତ ସୁବାଷ ଚନ୍ଦ୍ର ହରିଜନଙ୍କୁ ସାହିତ୍ୟ ସାଧନା ସହ ଦୁଇଟି କବିତା ପୁସ୍ତକ ରଚନା ନିମନ୍ତେ ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଚଳିତ ବାର୍ଷିକ କ୍ରୀଡା ରେ ସଫଳ ହୋଇଥିବା ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।ଦ୍ୱିତୀୟ ଅଧିବେଶନ ରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।ଯାହାକୁ ଶିକ୍ଷକ ରାଜେଶ ନାୟକ ଏବଂ ଶ୍ରୀନିବାସ ପଣ୍ଡା ପରିଚାଳନା କରିଥିଲେ ।ଏହି ଉତ୍ସବ ଅନ୍ୟ ମାନଙ୍କ ମଧ୍ୟରେ ଗୁପ୍ତେଶ୍ୱର ରାଉତ, ଭାସ୍କର ଶତପଥୀ, ଝାସ ରଞ୍ଜନ ଶବର, ଦିବ୍ୟ ଜ୍ୟୋତି ମଲିକ, କଳ୍ପତରୁ ହରିଜନ, ସୁଚିତ୍ରା ସାମଲ, ସୁଭାସିନୀ ସାହୁ, ରଶ୍ମିତା ପଣ୍ଡା ଏ ଏନ ଏମ ରଶ୍ମିତା ସ୍ୱାଇଁ ଏବଂ ମେଟ୍ରୋନ ଜେମାମଣି ହରିଜନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବିଦ୍ୟାଳୟ ର ପିଅନ ଭୋଜ ଗୋବିନ୍ଦ ପାତ୍ର ସହ ସମସ୍ତ ସି ସି ଏ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି, ଉପ ସଭାପତି ସଦସ୍ୟ ସଦସ୍ୟା ବୃନ୍ଦ ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ/ସମନ୍ୱୟ
