ଭୁବନେଶ୍ୱର, 14 ଡିସେମ୍ବର (ହି.ସ.) ଆଜି ହେଉଛି ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସାରସ୍ବତ ସାଧକ ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମାଜ ସଂସ୍କାର ସହ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ଦିଗରେ ତାଙ୍କର କାଳଜୟୀ ରଚନା ସର୍ବଦା ପ୍ରେରଣାର ଉତ୍ସ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
