













ମାଲକାନଗିରି, ୩୧ ଡିସେମ୍ବର (ହି. ସ.)- ଜବାହର ନବୋଦୟ ବିଦ୍ୟାଳୟ-୧ ମାଲକାନଗିରିର ନବମ ଶ୍ରେଣୀ ଛାତ୍ରୀ କୁମାରୀ ଦୀପ୍ତିମୟୀ ରାଜ୍ୟସ୍ତରରେ ସଫଳତା ହାସଲ କରି ଜିଲ୍ଲା ପାଇଁ ସୁନାମ ଆଣିଦେଇଛନ୍ତି। ଓଡ଼ିଶାର ପ୍ରମୁଖ ନନ୍ଦନକାନନ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଆୟୋଜିତ ଚୟନ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ଚିଡ଼ିଆଖାନାର ଛାତ୍ରଦୂତ (ଆମ୍ବାସାଡର) ରୂପେ ମନୋନୀତ ହୋଇଛନ୍ତି। ରାଜ୍ୟସ୍ତରରେ ଏଥିପାଇଁ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ମାଲକାନଗିରି ଉତ୍କଳ ସମ୍ମିଳନୀ ଶାଖା ତରଫରୁ ପ୍ରତିଷ୍ଠା ଦିବସରେ ଦୀପ୍ତିମୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମାଲକାନଗିରି ଉତ୍କଳ ସମ୍ମିଳନୀ ଶାଖାର ସଭାପତି ଅଧ୍ୟାପକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ, କର୍ମକର୍ତ୍ତା, ନବୋଦୟ ବିଦ୍ୟାଳୟ ମାଲକାନଗିରିର ଅଧ୍ୟକ୍ଷ ତଥା ଅଭିଭାବକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟ-୧ ମାଲକାନଗିରିର ଅଧ୍ୟକ୍ଷ ସି. ଶିବାରମଣ ଓ ଡିଭିଜିନାଲ ଫରେଷ୍ଟ ଅଫିସର, ମାଲକାନଗିରି ପ୍ରତାପ କୋତା ପାଲ୍ଲୀ ପ୍ରମୁଖ କୃତି ଛାତ୍ରୀଙ୍କୁ ପ୍ରଶଂସା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ/ସମନ୍ୱୟ
