ବାରିପଦା, ୨୧ ଅଗଷ୍ଟ (ହି.ସ.)- ସୋନ ନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି । ୧୨ ଘଂଟା ଧରି ପୋଲ ଠାରୁ ତଳମୁଣ୍ଡ ଅର୍ଥାତ୍ ନଦୀରେ ୧ କି.ମି. ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଂଚଳ ପରିଷଦ(ଏନଏସି) ଅନ୍ତର୍ଗତ ୯ ନମ୍ବର ୱାର୍ଡ଼ର । ସେ ଗତକାଲି ଜିରିଡା ପୋଲ ଉପରୁ ନଦୀକୁ ଡେଇଁ ପଡିଥିଲେ । ଘଟଣା ପର ଠାରୁ ସେ ନିଖୋଜ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
