ଭଦ୍ରକ, ୨୫ ଅଗଷ୍ଟ (ହି.ସ.)- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ଆସିଛି । ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଦୁଇ ଦିନ (ଆଜି ଓ ଆସନ୍ତାକାଲି)ପାଇଁ ସମ୍ପୃକ୍ତ ଅଂଚଳରେ ରହିଥିବା ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଧାମନଗର ବ୍ଲକର ହସନାବାଦ ଓ ଅର୍ଜ୍ଜୁନପୁର ପଂଚାୟତର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ହସନାବାଦ, ଅର୍ଜ୍ଜୁନପୁର, ସୋହଡ଼ା ଓ ପଧାନୀ ଅଂଚଳରେ ୨୫ଟି ସ୍କୁଲ୍ କୁ ଛୁଟି ଘୋଷଣା କରାଯାଇଛି ।
ସେହିପରି ଭଣ୍ଡାରିପୋଖରୀର କଂଟିଘାଇ ନିକଟରେ ଚାଷ ଜମିରେ ପଶିଛି ବନ୍ୟା ଜଳ । ଧାମନଗର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପ୍ ଦେଇ ବନ୍ୟା ଜଳ ପ୍ରବେଶ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
