ଭୁବନେଶ୍ୱର, 28 ଡିସେମ୍ବର (ହି.ସ)- ନୟାଗଡ଼ ଜିଲ୍ଲା ଫତେଗଡ ଥାନା ରାମଚନ୍ଦ୍ର ପ୍ରସାଦ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଅଶୋକ ପାଲ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ବବୁଲ ସ୍ବାଇଁ ବୋଲି ଜଣାପଡିଛି। ଅଶୋକ ଖଣ୍ଡପଡ଼ାରୁ ଭାପୁର ବିଦ୍ୟୁତ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
