ଭୁବନେଶ୍ୱର, 20 ନଭେମ୍ବର (ହି.ସ.) ବିଖ୍ୟାତ ହୃଦରୋଗ ବିଶେଷଜ୍ଞ ତଥା ଫାଇନ ଆର୍ଟିଷ୍ଟ ଡକ୍ଟର ଜେପି ଦାସଙ୍କ ବିୟୋଗ । ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣାଶୁଣା କାର୍ଡିଓଲୋଜିଷ୍ଟ ତଥା ଫାଇନ୍ ଆର୍ଟିଷ୍ଟ ଜେପି ଦାସଙ୍କ ବିୟୋଗ ଖବର ଶୁଣି ଦୁଃଖିତ । ଏସସିବି ମେଡିକାଲ କଲେଜର କାର୍ଡିଓଲୋଜି ବିଭାଗର ପ୍ରଥମ ମୁଖ୍ୟ ଭାବେ ହୃଦରୋଗ କ୍ଷେତ୍ରରେ ଅନେକଙ୍କ ଜୀବନ ବଞ୍ଚାଇବା ଦିଗରେ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି, ଓମ୍ ଶାନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
