• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଟାର୍ଗେଟରେ ୫ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ, ନୋଟିସ୍ ଜାରିକଲା ମୁନିସିପାଲଟି
Regional

ଟାର୍ଗେଟରେ ୫ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ, ନୋଟିସ୍ ଜାରିକଲା ମୁନିସିପାଲଟି

CliQ INDIA
Last updated: December 16, 2025 7:30 am
CliQ INDIA
Share
4 Min Read
SHARE

ବଲାଙ୍ଗିର, ୧୫ ଡିସେମ୍ବର (ହି.ସ.)-

ଆକ୍ସନ ମୋଡ୍‌ ରେ ପୌର ପ୍ରଶାସନ l ନିକଟରେ ବ୍ରାହ୍ମଣପଡା ଠାରେ ଥିବା ବ୍ଲୁ ଲାଗୁନ ହୋଟେଲ କଲ୍ୟାଣ ମଣ୍ଡପ ଓ ରମାଇ ଟକିଜ ପଛପଟେ ଥିବା ହୋଟେଇକୁ ମୁନିସିପାଲିଟି ବିଭିନ୍ନ କାରଣରୁ ସିଲ୍ କରିବା ସହିତ ୨୦ ଲକ୍ଷ ଟଙ୍କା ସାତ ଦିନ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଏହାପରେ ବଲାଙ୍ଗିର ସହରରେ ସରକାରୀ ନିୟମ ଉଲଂଘନ କରି ବ୍ୟବସାୟିକ ପ୍ରତିଷ୍ଠାନ ଚଳାଇଥିବା ବ୍ୟବସାୟୀ ପ୍ରତିଷ୍ଠାନ ବିରୋଧରେ ପୌର ପ୍ରଶାସନ ଆକ୍ସନ ମୋଡ୍‌କୁ ଆସିଛି । ୩ ଦିନ ତଳେ ସହରର ଗୋଟିଏ ହୋଟେଲ ଓ ବିବାହ ମଣ୍ଡପ ସିଲ୍ ସହ ଗୋଟିଏ ହୋଟେଲ୍‌କୁ ୨୦ ଲକ୍ଷ ଟଙ୍କା ଜୋରିମାନା ନିର୍ଦେଶ ପରେ ନିୟମ ଉଲଂଘନ ଅଭିଯୋଗରେ ପୁଣି ୭ଟି ହୋଟେଲ, ସୋ’ରୁମ୍ ଓ ମଲ୍‌କୁ ନୋଟିସ ଜାରି କରାଯାଇଛି । ୭ ଦିନ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦାଖଲ ନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ପୌର ପ୍ରଶାସନ ଆକ୍ସନ ମୋଜ୍‌ରେ ଆସିଥିବାରୁ ନିୟମ ଖିଲାପକାରୀ ବ୍ୟବସାୟୀଙ୍କ ମଧ୍ୟରେ ଛନ‌କା ପଶିଛି ।

ବଲାଙ୍ଗିର ସହର କଳେବର ବୃଦ୍ଧି ପାଇବା ସହ ଦିନ‌କୁ ଦିନ ନୂଆ ନୂଆ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠୁଛି । ସହରର ପ୍ରମୁଖ ଛକ ସହ ଗୁରୁତ୍ବପୂର୍ଣ ରାସ୍ତା ପାର୍ଶ୍ଵରେ ହୋଟେଲ, ଲଜ୍, ସୋ’ରୁମ୍ ଆଦି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମିତ ହୋଇଛି । କେତେକ ବ୍ୟବସାୟୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆବଶ୍ୟକ କାଗଜପତ୍ର ଓ ଅନୁମତି ନ ନେଇ ବ୍ୟବସାୟିକ ପ୍ରତିଷ୍ଠାନ ଚଳାଇଥିବାରୁ ସରକାରୀ ଆଇନ ଉଲଂଘନ ସହ ବିଭିନ୍ନ ସମୟରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଆଇନର ଖିଲାପ କରି ଗଢ଼ି ଉଠିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବଲାଙ୍ଗିର ପୌର ପ୍ରଶାସନ ଅଣ୍ଟା ଭିଡ଼ିଛି । ଗତ ୧୨ ତାରିଖରେ ସହରର ୮ ନମ୍ବର ୱାର୍ଡ ବ୍ରାହ୍ମଣପଡ଼ା ସ୍ଥିତ ବ୍ଲୁ-ଲାଗୁନ ବିବାହ ମଣ୍ଡପ ଓ ୧୩ ନମ୍ବର ୱାର୍ଡ୍ ସିନେମାହଲ୍ ରୋଡ୍ ସ୍ଥିତ ହୋଟେଲ ବ୍ଲୁ-ଲାଗୁନକୁ ପୌର ପ୍ରଶାସନ ସିଲ୍ କରିବା ସହ ୮ ନମ୍ବର ୱାର୍ଡ ବ୍ରାହ୍ମଣପଡ଼ା ସ୍ଥିତ ବ୍ଲୁ-ଲାଗୁନ ହୋଟେଲ ଉପରେ ୨୦ ଲକ୍ଷ ଟଙ୍କା ଜୋରିମାନା ପକାଇଥିଲା । ୭ ଦିନ ମଧ୍ୟରେ ଜୋରିମାନା ରାଶି ଜମା ନ କଲେ ହୋଟେଲ ସିଲ୍ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ଏହା ସହ ସହରର ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ବ୍ୟବସାୟିକ ପ୍ରତିଷ୍ଠାନ କାଗଜପତ୍ର ଯାଞ୍ଚ ସହ ଖିଲାପକାରୀଙ୍କ ବିରୋଧରେ ପୌର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ ।

ସହର ଦୁର୍ଗା ମନ୍ଦିର ନିକଟ ହୋଟେଲ ଭ୍ରମର୍ସ, ସୁଦପଡ଼ା ରେଳ ଓଭର ବ୍ରିଜ୍‌ ନିକଟ ରେନ୍ସେ ବିବାହ ମଣ୍ଡପ, ସୋନପୁର ରାସ୍ତା କଡ଼ ସ୍ଥିତ ହୋଟେଲ ଏସ୍ଏ କିଙ୍ଗ ପ୍ଲାଜା, ଗାନ୍ଧୀନଗରପଡ଼ା ଟିସିଏସ ସୋ’ରୁମ୍ . ପାଟନେଶ୍ୱରୀ ମନ୍ଦିର ନିକଟ ଅରୁନ୍ଧତୀ ଗହଣା ଦୋକାନ, ଭାଗିରଥୀ ଛକ ନିକଟ ରିଲାଏନ୍ସ ମଲ୍‌କୁ ପୌର ପ୍ରଶାସନ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ୭ ଦିନ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦାଖଲ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗିର ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପ୍ରକାଶ କରିଛନ୍ତି । ସମ୍ପୃକ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟରୁ କେତେକଙ୍କ ପାର୍କିଂ ସ୍ଥାନ ନଥିବା ବେଳେ ଆଉ କେତେକ କାଗଜପ‌ତ୍ରରେ ଖିଲାପ କରିଥିବା ନେଇ ଅଭିଯୋଗ ରହିଥିବା ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସହରରେ ୬୦-୭୦ରୁ ଅଧିକ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ପାଖରେ ଆବଶ୍ୟକ କାଗଜପତ୍ର ନଥିବା ବେଳେ ଆଇନ ଉଲ୍ଲଙ୍ଘନ କରି ବ୍ୟବସାୟ ଚଳାଇ ଆସିଥିବା ଅଭିଯୋଗ ହୋଇଛି । ଆବଶ୍ୟକ କାଗଜପତ୍ର ଦାଖଲ ପାଇଁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପୌର ପ୍ରଶାସନ ନୋଟିସ ଜାରି କରିଛି । ଅବଧି ମଧ୍ୟରେ ଆବଶ୍ୟକ କାଗଜପତ୍ର ଦାଖଲ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ଗତ ୧୨ ତାରିଖରେ ହୋଟେଲ, ବିବାହ ମଣ୍ଡପ ସିଲ୍ ସହ ହୋଟେଲକୁ ୨୦ ଲକ୍ଷ ଟଙ୍କା ଜୋରିମାନା ଦାଖଲ ନିର୍ଦେଶ ପରେ ସରକାରୀ ନିୟମ ଉଲଂଘନ କରି ବ୍ୟବସାୟ ଚଳାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଥିଲା । ପୌର ପ୍ରଶାସନ ପୁଣି ୫ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍ ଜାରି କରିଛି । ନୋଟିସ ପାଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ପୌର ପ୍ରଶାସନକୁ ଆବଶ୍ୟକ କାଗଜପତ୍ର ଦାଖଲ କରିବାରେ ସମର୍ଥ ହେଉଛନ୍ତି ନା ନାହିଁ ଓ ଖିଲାପକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

You Might Also Like

ପରମ୍ପରା, ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଛଟ୍ ପୂଜା – ମୁଖ୍ୟମନ୍ତ୍ରୀ
ଧାନ ମଣ୍ଡି ସଚେତନତା ରଥ ପରିକ୍ରମା
ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ସଚେତନତା ଶିବିର ଶୁଭାରମ୍ଭ
ଆଜି ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ : ସେପ୍ଟେମ୍ବର ୩ ରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ
ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ ଗତ ୬ ଘଂଟା ମଧ୍ୟରେ ଉତର-ଉତରପଶ୍ଚିମ ଦିଗକୁ ଘଂଟା ପ୍ରତି ୧୫ କି.ମି. ବେଗରେ ଗତି କରିଥିଲା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 75ତମ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଉପରାଷ୍ଟ୍ରପତି
Next Article ଦିଲ୍ଲୀ-ଏନସିଆରରେ ଏକ୍ୟୁଆଇ ୫୦୦ : ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ୧୦୦ ମିଟରକୁ ହ୍ରାସ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?