ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)
– ‘ଜାତୀୟ ମହାକାଶ ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ‘ଜାତୀୟ ମହାକାଶ
ଦିବସ’ ଅବସରରେ ସମସ୍ତଙ୍କୁ
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ୨୦୨୩ ମସିହା ଆଜିର ଦିନରେ ‘ଚନ୍ଦ୍ରୟାନ-୩’ ସଫଳତାର ସହ
ଚନ୍ଦ୍ରରେ ଅବତରଣ କରିବା ପରେ ସମଗ୍ର ବିଶ୍ବରେ ଭାରତ ଏକ ଇତିହାସ ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ଵରେ ଦେଶ ଆଜି ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ
ନୂତନ ଦିଗ ଆଡକୁ ଅଗ୍ରସର ହେଉଛି। ‘ଚନ୍ଦ୍ରୟାନ-୩’ ର ସଫଳତା ପରେ ‘ଗଗନାୟନ ମିଶନ’ ହିଁ ଏହାର ପ୍ରମାଣ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
