
ଭୁବନେଶ୍ୱର, ୨୯ ନଭେମ୍ବର (ହି.ସ.)- ଶ୍ରୀଲଙ୍କା ଉପକୂଳ ଏବଂ ତତ୍ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିଝଡ଼ ଡିଟୱା ଗତ ୬ ଘଂଟା ମଧ୍ୟରେ ୮ କିଲୋମିଟର ବେଗରେ ଉତର-ଉତରପଶ୍ଚିମ ଆଡକୁ ଗତି କରିଥିଲା ଏବଂ ଆଜି ସକାଳ ୫ଟା ୩୦ରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତର ଶ୍ରୀଲଙ୍କା ଉପରେ କେନ୍ଦ୍ରୀଭୂତ ହୋଇଥିଲା, ଅକ୍ଷାଂଶ ୯.୪ ଡ଼ିଗ୍ରୀ ଉତର ଏବଂ ଦ୍ରାଘିମା ୮୦.୭ ଡ଼ିଗ୍ରୀ ପୂର୍ବ ନିକଟରେ, ଜାଫନା (ଶ୍ରୀଲଙ୍କା) ଠାରୁ ପ୍ରାୟ ୮୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ତ୍ରିଙ୍କୋମାଲୀ (ଶ୍ରୀଲଙ୍କା) ଠାରୁ ଉତର-ଉତରପଶ୍ଚିମରେ ୧୧୦ କିଲୋମିଟର, କାରାଇକାଲ (ଭାରତ) ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୯୦ କିଲୋମିଟର, ପୁଡୁଚେରୀ (ଭାରତ) ର ୩୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଏବଂ ଚେନ୍ନାଇ (ଭାରତ) ଠାରୁ ୪୦୦ କିଲୋମିଟର ଦକ୍ଷିଣରେ ଏହା ରହିଛି ।
ଏହା ଉତର-ଉତରପଶ୍ଚିମ ଦିଗରେ ନିଜର ଗତି ଜାରି ରଖିବା ସହ ଉତର ତାମିଲନାଡୁ, ପୁଡୁଚେରୀ ଏବଂ ତତ୍ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ନଭେମ୍ବର ୩୦ ତାରିଖ ଭୋର୍ ସୁଦ୍ଧା ପହଂଚିବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
