ଭୁବନେଶ୍ୱର, 12 ଡିସେମ୍ବର (ହି.ସ.)- ଆନ୍ତର୍ଜାତିକ
ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସରେ ସୁବିଧାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା
ସର୍ବଦା ଆମର ପ୍ରାଥମିକତା ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ସମସ୍ତଙ୍କ ପାଇଁ ସୁବିଧାରେ ଗୁଣାତ୍ମକ
ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସର୍ବଦା ଆମର ପ୍ରାଥମିକତା ରହିଛି। ବିଜୁ ଜନତା ଦଳର
ସରକାରରେ ବିଏସକେୱାଇପରି
ଯୁଗାନ୍ତକାରୀ ଯୋଜନା ଓଡ଼ିଶାବାସୀଙ୍କ ପାଇଁ ଗୁଣାତ୍ମକ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇବାରେ
ବେଶ ସହାୟକ ହୋଇଥିଲା। ଏକ ଉତ୍ତମ ଏବଂ ସ୍ବାସ୍ଥ୍ୟକର ଭବିଷ୍ୟତ ଗଢ଼ିବା ନେଇ ଏହା ଆମ ସଂକଳ୍ପକୁ
ଆହୁରି ଦୃଢ଼ କରୁଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
