
































ମାଲକାନଗିରି, ୧ ୧ ଜାନୁଆରୀ (ହି. ସ.)-ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଏମପିଭି ୮ ୩ କୃଷ୍ଣନଗରର ଗ୍ରାମରେ ପାନୀୟ ଜଳ ସମସ୍ୟା ରହିଥିବାରୁ ଏକ ନଳକୂପ ବସାଇବା ପାଇଁ ଗ୍ରାମବାସୀ ପ୍ରଶାସନ ଙ୍କ ପାଖରେ ଗୁହାରି କରି ବିଫଳ ହେବାପରେ ଶେଷରେ ଗ୍ରାମର ଯୁବକ ସଂଘର ସଦସ୍ୟ ମାନେ ମିଶି ସମସ୍ତେ କାଲି ମେଳା ବ୍ଲକ ଜୋନ ୧ ର ଜିଲ୍ଲାପରିଷଦ ସଭ୍ୟା ଅପର୍ଣ୍ଣା ମଣ୍ଡଳ ଙ୍କୁ ଜଣାଇ ଥିଲେ। ସେ ତୁରନ୍ତ ଗ୍ରାମ ବାସୀ କଥା ଶୁଣିବ୍ଳକ ପ୍ରଶାସନ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ଜଣାଇ ସଙ୍ଗେ ସଙ୍ଗେ ଗ୍ରାମରେ ଏକ ନଳକୂପ ବସାଇ ଥିଲେ। ଏହି କାମ ପାଇଁ କୃଷ୍ଣନଗର ଗ୍ରାମର କୃଷ୍ଣନଗର ଯୁବ ସଂଘ ଏମ୍.ପି.ଭି-୮୩ର -ଜିତେଶ ରାୟ, ପାଚୁଗୋପାଳ ସାନା, ସୁଶାନ୍ତ ହୀରା,ମିହିର ମଣ୍ଡଳ,ସୁଦିପ ସରଦାର,ଶ୍ୟାମ ଲାଳ ଡାକୁଆ,ପିଣ୍ଟୁ ସାନା,ରମେଶ ମଣ୍ଡଳ,ଟୁଟୁ ମଣ୍ଡଳ ଏବଂ ଗାଁ ର ଅନ୍ୟାନ୍ୟ ଯୁବକ ଭାଇ ଜିଲ୍ଲାପରିଷଦ ସଭ୍ୟା ଅପର୍ଣ୍ଣା ମଣ୍ଡଳ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
ହିନ୍ଦୁସ୍ଥାନସମାଚାର /ଶିବବ୍ରତ //ସମନ୍ୱୟ
