ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- କୁନ୍ତଳା
କୁମାରୀ ସାବତଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି
ଯେ, ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ , ଓଡ଼ିଆ-ଭାଷୀ କବି ଓ ଲେଖିକା ,ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, (ପୁରୀ ମୁକ୍ତିମଣ୍ଡପ
ପଣ୍ଡିତସଭା) ଉତ୍କଳ ଭାରତୀ ଉପାଧୀ ପ୍ରାପ୍ତ, ଔପନ୍ୟାସିକ, କବି ଓ ସମ୍ପାଦକ
କୁନ୍ତଳା କୁମାରୀ ସାବତଙ୍କ ଶ୍ରାଦ୍ଧବାର୍ଷିକୀ ରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି। ଓଡ଼ିଶା ଭାଷା ସାହିତ୍ୟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
