ମାଲକାନଗିରି, ୭ ଜାନୁଆରୀ (ହି. ସ.)-ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ବସଷ୍ଟାଣ୍ଡ ପରିସରରୁ ଶନିବାର ରାତି ସାଢେ ଆଠଟା ସମୟରେ ଜଣେ ନାବାଳିକା ଝିଅକୁ ଉଦ୍ଧାର କରାଯାଇଛି l ନାବାଳିକା ଝିଅଟି ଏକ ବ୍ୟାଗ ଧରି ବସଷ୍ଟାଣ୍ଡ ପରିସରରେ ଏକୁଟିଆ ବସିଥିବା ବେଳେ ସେଠାରେ କିଛି ଲୋକ ଦେଖି ଝିଅଟି କେଉଁଠୁ ଆସିଛି ତାହାର ପରିଚୟ ଜାଣିବା ସହ ଏଠାରେ କାହିଁକି ବସିଛି ଜାଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ଝିଅଟିର ମାନସିକ ପରିସ୍ଥିତି ଠିକ ନ ଥିବା ରୁ ସେ ସଠିକ କିଛି କହିପାରି ନଥିଲା l ପରେ କାଲିମେଳା ଥାନା ଏବଂ ସମ୍ମାନୀତ ଶିଶୁ ବିକାଶ ବିଭାଗକୁ ଖବର ଦିଆଯିବା ପରେ କାଲିମେଳା ସିଡିପିଓ ଅର୍ଣ୍ଣପୂର୍ଣ୍ଣI ବୁରୁଦା ଏବଂ ପୋଲିସ ଅଧିକାରୀ ପହଁଚି ନାବାଳିକାର ପରିଚୟ ଜାଣିବା ପାଇଁ ଚେଷ୍ଟା କରିବା ପରେ ଝିଅର ପରିଚୟ ଜଣା ପଡିଥିଲା l ନାବାଳିକା ଜଣଙ୍କ ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଞ୍ଚଳର ଜଣା ପଡିଛି l ତେବେ ନାବାଳିକା ଜଣଙ୍କ କାଲିମେଳାକୁ କିପରି ଆସିଲା ତାହା ସଠିକ ଜଣା ପଡିନାହିଁ l ପରେ ନାବାଳିକାକୁ ଖାଇବାକୁ ଦିଆଯିବା ସହ ପୋଲିସ ମାଧ୍ୟମରେ ମାଲକାନଗିରି ସ୍ଥିତ ସଖୀ ସେଣ୍ଟରକୁ ପଠାଇବା ବ୍ୟବସ୍ତା କରାଯାଇଥିବା ସିଡିପିଓ ସୂଚନା ଦେଇଛନ୍ତି l ନାବାଳିକାର ବୟସ ୧୩ ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି!
ହିନ୍ଦୁସ୍ଥାନସମାଚାର /ଶିବବ୍ରତ //ସମନ୍ୱୟ
