• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Regional

ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

CliQ INDIA
Last updated: November 6, 2025 3:31 pm
CliQ INDIA
Share
6 Min Read
SHARE

କଟକ ବାଲିଯାତ୍ରା ପାଇଁ ସରକାରୀ ଅନୁଦାନକୁ ୨ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକକୁ ତାରକସି ହବ ରେ ପରିଣତ କରାଯିବ

୨୦୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ ତଟ ସୋନ୍ଦର୍ଯ୍ୟକରଣ ପାଇଁ ବିସ୍ତୃତ ଯୋଜନା

ବାଲିଯାତ୍ରା ହେଉଛି ଓଡିଆ ଜାତିର ଗୌରବ, ସାହାସ ଓ ବାଣିଜ୍ୟିକ ଐତିହର ଜୀବନ୍ତ ସ୍ମୃତି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, 06 ନଭେମ୍ବର (ହି.ସ.) ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି ।

କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ବାଲିଯାତ୍ରା। ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ବାଣିଜ୍ୟିକ ମେଳା, ଯାହା କାହିଁ କେଉଁ ଦିନରୁ ମହାନଦୀ କୂଳରେ ଅନୁଷ୍ଠିତ ହୋଇ ଆସୁଛି। ବାଲିଯାତ୍ରା ଅୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ମିଳିବ ବୋଲି ଘୋଷଣା କରିଥିଲେ। ଏଥି ସହିତ ସିଲଭର ସିଟି ଭାବେ ଖ୍ୟାତି ଅର୍ଜନ କରିଥିବା କଟକ ସହରକୁ ତାରକସି ହବ୍ ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେ ପୁଣି କହିଥିଲେ ମହାନଦୀ ରିଭର ଫ୍ରଣ୍ଟ ଯୋଜନାରେ କଟକ ମହାନଦୀ ତଟ ର ସୋନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଐତିହାସିକ ବାଲିଯାତ୍ରାକୁ ୟୁନେସ୍କୋ ୱାଲ୍ଡ ହେରିଟେଜ୍ ସାଇଟ୍ ର ମାନ୍ୟତା ପ୍ରଦାନ ପାଇଁ ସରକାରଂକ ପକ୍ଷରୁ ଉଦ୍ୟମ ଜାରିରହିଛି ଏବଂ ଓଡ଼ିଶାର ଗର୍ବ ବାରବାଟୀ ଦୁର୍ଗ ଓ ଗଡଖାଇର ବିକାଶ କାର୍ଯ୍ୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଗମୀ ଦିନରେ ମହାନଦୀ ପଠା ରେ ଥିବା ଧବଳେଶ୍ଵର ପୀଠ ଓ ନନ୍ଦୀକିଶୋର ପୀଠର ବିକାଶ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ବାଲିଯାତ୍ରା କେବଳ ଏକ ବାଣିଜ୍ୟ ଉତ୍ସବ ନୁହେଁ ଏହା ଓଡ଼ିଶାର କଳା, ସଂସ୍କୃତି ଓ ଧର୍ମୀୟ ଭାବନା ସହିତ ଓତପ୍ରତ ଭାବେ ଜଡ଼ିତ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ସ୍ଲୋଗାନ, ‘ବିକାଶ ଭି, ବିରାଶତ ଭି’ ମନ୍ତ୍ରକୁ ପାଥେୟ କରି ଆମ ସରକାର ରାଜ୍ୟରେ ସାଂସ୍କୃତିକ ଧୋରୋହର ଏବଂ ବିକାଶକୁ ଏକ ନୂଆ ଗତି ଦେଇଛନ୍ତି। ବାଲିଯାତ୍ରା ଉତ୍ସବ ହେଉଛି ଆମ ସଂସ୍କୃତିକ ଧରୋହରର ଜୀବନ୍ତ ପ୍ରତିକ।ଓଡିଶାରେ ୫୭୫ କିଲୋମିଟର ସୁଦୀର୍ଘ ତଟ ରେଖା ଅଛି, ଆମ ସରକାର ଏହାର ସଦୂପଯୋଗ କରି ପ୍ରମୁଖ ବନ୍ଦର ଭିତ୍ତିକ ଅର୍ଥନୀତି ମାଧ୍ୟମରେ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ। ପାରାଦୀପ, ଧାମରା, ଗୋପାଳପୁର ବ୍ଯତୀତ ରାଜ୍ୟ ରେ ଆଗାମୀ ଦିନରେ ୧୪ଟି ଛୋଟ ଛୋଟ ବନ୍ଦର ନିର୍ମାଣ ହେବ। ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ଜଟାଧାର ମୁହାଣରେ ବନ୍ଦର ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ବାହୁଦା ବନ୍ଦରର ବିକାଶ ପାଇଁ ୨୧ ହଜାର ୫୦୦ କୋଟି ଟଙ୍କାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ଏବଂ ପାରାଦୀପ ପରେ ବାହୁଦା ହେବଓଡିଶା ର ଦ୍ୱିତୀୟ ବୃହତ୍ତମ ବନ୍ଦର। ୨୪ ହଜାର ୭୦୦ କୋଟି ଟଙ୍କାରେ ପାରାଦୀପ ନିକଟରେ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବା ପାଇଁ ଯୋଜନା ରହିଛି। ଆଗମୀ ଦିନରେ ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ହେବ ପୂର୍ବ ଭାରତର ଗେଟ୍ ୱେ ବୋଲି ସେ କହିଥିଲେ।

ସରକାର ଗଠନର ୫୦୦ ଦିନ ମଧ୍ୟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ଶିଳ୍ପ, ମହିଳା ସଶକ୍ତି କରଣ ,ଭିତ୍ତିଭୂମି, ଓଡିଆ ଅସ୍ମିତା ଆଦି ସମସ୍ତ କ୍ଷେତ୍ରରେ ସରକାର ମନପ୍ରାଣ ଦେଇ କାମ କରୁଛନ୍ତି।

କଟକ ବାସୀଙ୍କୁ ଆହ୍ଵାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ହେଉଛି ଭାଇଚାରାର ସହର। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ।

ବାଲିଯାତ୍ରା ଷ୍ଟଲ୍ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷର ବାଲିଯାତ୍ରା ବହୁତ ଆକର୍ଷଣୀୟ ହୋଇଛି। ଏ ବର୍ଷ ପାଖାପାଖି ୨୦୦୦ ଟି ଷ୍ଟଲ ଖୋଲାଯାଉଛି। ବ୍ୟବସାୟ ଦୃଷ୍ଟିକୋଣ ସହିତ, ନୂଆ ନୂଆ ପ୍ରଡକ୍ଟ ସମ୍ପର୍କରେ ଜାଣିବା ଏବଂ ଭାଇଚାରାର ବନ୍ଧନକୁ ସୁଦୃଢ କରିବା ହେଉଛି ଆମର ଲକ୍ଷ୍ୟ। ଗତବର୍ଷ ୨୦୦ କୋଟି ଟଙ୍କାର ବିଜନେସ ହୋଇଥିବା ବେଳେ ଚଳିତବର୍ଷ ଆହୁରି ଅଧିକ ହେବ ବୋଲି ସେ ଆଶା କରିଥିଲେ।।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିବା ସହିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କୁ କଟକ ତାରକସି କାମର ଏକ ବୋଇତ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବଡ଼ମ୍ବା ମୋହନ୍ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କଳା ନନ୍ଦିନୀ ନାଟକ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଓ ଟ୍ରଫି ପ୍ରଦାନ କରିବା ସହିତ ଭାଷା ଓ ସାହିତ୍ୟକୁ ପ୍ରୋତ୍ସାହନ ପ୍ରକ୍ରିୟାରେ ପିଲାମାନଙ୍କୁ ପୁସ୍ତକ ବିତରଣ କରିଥିଲେ।

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଥିଲେ ବାଲିଯାତ୍ରା ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଇ ଦେଇଥାଏ ଏ ଜାତିର ସ୍ୱାଭିମାନ ବିଷୟରେ। ଓଡିଆତ୍ୱର ଛାପ ଦକ୍ଷିଣ ପୂର୍ବ ଏସୀୟ ଦେଶ ମାନଙ୍କ ମଧ୍ୟରେ ଆଜି ମଧ୍ଯ ଉଜ୍ଜୀବିତ ହୋଇ ରହିଛି। ଆମର ପୂର୍ବ ସ୍ୱାଭିମାନ ଓ ଅସ୍ମିତାରୁ ପ୍ରେରଣା ନେଇ ଆତ୍ମାନିର୍ଭରତା କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।

ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ ବାଲିଯାତ୍ରାର ସଫଳ ଅୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

କଟକ ସାଂସଦ ଶ୍ରୀ ଭତୃହରି ମହତାବ କହିଥିଲେ ଯେ କଟକ ବାଲିଯାତ୍ରା ହେଉଛି ଏକ ନିରବଚ୍ଛିନ୍ନ ଐତିହ୍ୟ ଏବଂ କଟକ ଭାଇଚାରାର ଅନନ୍ୟ ନିଦର୍ଶନ। କଟକ ଓ ବାରବାଟୀ ଅଞ୍ଚଳରେ ଅନେକ ଲୁକ୍କାୟିତ ଇତିହାସ ରହିଛି, ସେ ସବୁ ଉନ୍ମୋଚିତ ହେବାର ଆବଶ୍ୟକତା ରହିଛି। ଆଗମୀ ଦିନରେ କଟକର କୁଶଳୀ ମାନବ ସମ୍ବଳ ଜରିଆରେ କଟକ ଆହୁରି ସମୃଦ୍ଧଶାଳୀ ହେବ।

ହୋଷ୍ଟ କଣ୍ଟ୍ରି ଭାବେ ଯୋଗଦେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ କୃଷ୍ଣମୂର୍ତ୍ତି କହିଥିଲେ ଯେ ବାଲିଯାତ୍ରା କେବଳ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଅତୀତ ନୁହେଁ ଏହା ଓଡ଼ିଶା ଓ ଇଣ୍ଡୋନେସିଆର ସୁସମ୍ପର୍କକୁ ଦର୍ଶାଉଛି। ଇଣ୍ଡୋନେସିଆର ସାଂସ୍କୃତିକ ପରମ୍ପରାରେ ମଧ୍ୟ ବାଲିଯାତ୍ରା କଥା ରହିଛି। ହୋଷ୍ଟ କଣ୍ଟ୍ରି ଭାବେ ଇଣ୍ଡୋନେସିଆକୁ ସମ୍ମାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ୍ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, ସୋଫିଆ ଫିର୍ଦୋଶ, ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ବାଲିଯାତ୍ରା ଉଦଘାଟନୀ ଅବସରରେ ବକ୍ତବ୍ୟ ରଖିଥିଲେ। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଆରଡିସି ଶ୍ରୀମତି ଗୁହା ପୁନମ ତାପସ କୁମାର, ପୋଲିସ କମିଶନର ଶ୍ରୀ ଏସ ଦେବଦତ୍ତ ସିଂହ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପୋ ଧନ୍ୟବାଦ୍ ଅର୍ପଣ କରିଥିଲେ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ନିର୍ବାଚିତ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀ ହୁଅନ୍ତୁ : ଜୟ ନାରାୟଣ ମିଶ୍ର
ୟୁଥ୍ ଫର୍ ଫରେଷ୍ଟ କ୍ୟମ୍ପେନ – Hindusthan Samachar Odia
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡିଶା ପାଇଁ ଦୁଇଜଣ ଏଆଇସିସି ସମ୍ପାଦକ ସ୍ୱତନ୍ତ୍ର ସଂଯୋଜକ ଭାବେ ନିୟୋଜିତ
ପଦ୍ମ ପୁରସ୍କାର ପ୍ରାପ୍ତ ଡା ଅଶୋକ ମହାପାତ୍ରଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ | BulletsIn
ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ମହିଳା କ୍ରିକେଟ ବିଶ୍ୱକପ୍ ଷ୍ଟାର ସ୍ନେହା ରାଣାଙ୍କୁ 50 ଲକ୍ଷ ଦେବେ ଧାମୀ ସରକାର
Next Article ମତଦାନ ପରେ ଗିରିରାଜ ସିଂହ କହିଲେ- ବୁର୍ଖା ପିନ୍ଧୁଥିବା ପ୍ରତ୍ୟେକ ବ୍ୟକ୍ତିର ହେଉ ଯାଂଚ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?