
ବଲାଙ୍ଗୀର, ୦୧ ଜାନୁଆରୀ(ହି.ସ.) –ଆଜି ନୂତନ ବର୍ଷ ଏହି ଅବସରରେ ବଲାଙ୍ଗୀର ପୌର ଅଧ୍ୟକ୍ଷା ନେଇଛନ୍ତି ବଡ଼ ପଦକ୍ଷେପ। କେମିତି ବଲାଙ୍ଗୀରକୁ ଏକ ସ୍ୱପ୍ନର ବଲାଙ୍ଗୀରରେ ଗଢି ତୋଳି ହେବ ସେ ଦିଗରେ ନୂତନ ବର୍ଷରେ ନୂତନ ଅଧ୍ୟାୟ ଆରମ୍ଭ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ପୌରପରିଷଦ ଓ ପୌରାଧ୍ୟକ୍ଷାଙ୍କ ସମେତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ସମସ୍ତ କାଉନସିଲରଙ୍କ ସଙ୍କଳ୍ପ ନେଇଛନ୍ତି। ବଲାଙ୍ଗିର ପୌର କାର୍ୟ୍ୟାଳୟ ସଭାଗୃହରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସମେତ କାର୍ୟ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ସହିତ ସମସ୍ତ କାଉନସିଲରଙ୍କ ଉପସ୍ଥିତରେ ନୂତନ ବର୍ଷରେ ନୂତନ ସଂକଳ୍ପ ନେଇ ବଲାଙ୍ଗୀରର ବିକାଶ ଓ ଉନ୍ନତି ପାଇଁ ବୈଠକରେ ଆଲେଚନା କରାଯାଇଥିବା ନେଇ ଜଣାପଡ଼ିଛି।
…………………………………
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
