ଭୁବନେଶ୍ୱର, 4 ଅଗଷ୍ଟ (ହି.ସ.)- ଆଜି ବଳଙ୍ଗା
ପୀଡ଼ିତାଙ୍କ ହେବ ଶେଷକୃତ୍ୟ । ନିଜ ଗାଁ ବାୟାବର କବରସ୍ତାନରେ ତାଙ୍କୁ କବର ଦିଆଯିବ । ସମସ୍ତ
ରୀତିନୀତିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହେବ । ବାୟାବର ଗାଁରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା
ବ୍ୟବସ୍ଥା କରାଯାଇଛି ।
ଗତକାଲି ଦିଲ୍ଲୀ ଏମ୍ସକୁ
ଗୁରୁତର ଅବସ୍ଥାରେ ଯାଇଥିବା ବଳଙ୍ଗା ପୀଡିତାଙ୍କ ମରଶରୀର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲା । ବିମାନବନ୍ଦରରେ ତାଙ୍କ
ମରଶରୀର ପହଞ୍ଚିବା ବେଳେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା
ଗ୍ରହଣ କରାଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ସେଠାରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ଏହାପରେ କଡା ସୁରକ୍ଷା ଭିତରେ ତାଙ୍କ ମର ଶରୀରକୁ ମହାପ୍ରୟାଣ ଯାନରେ ତାଙ୍କ ପୈତୃକ ଗ୍ରାମକୁ
ନିଆଯାଇଥିଲା ।
ଶନିବାର ସନ୍ଧ୍ୟାରେ ଦିଲ୍ଲୀ
ଏମ୍ସରେ ବଳଙ୍ଗା ପୀଡିତାଙ୍କର ପରଲୋକ ହୋଇଥିଲା । ରବିବାରରେ ଶବବ୍ୟବଚ୍ଛେଦ ପରେ ତାଙ୍କ ପରିବାର
ଲୋକଙ୍କୁ ଦିଲ୍ଲୀରେ ଶବ ହସ୍ତାନ୍ତର କରାଯାଇଥିଲା । ଏହାପରେ ବିମାନଯୋଗେ ତାଙ୍କ ମରଶରୀରକୁ
ଭୁବନେଶ୍ୱର ଅଣାଯାଇଥିଲା ।
ଏଠାରେ ସୂଚନଯୋଗ୍ୟ ପୁରୀ
ଜିଲାର ବଳଙ୍ଗା ପୀଡ଼ିତା। ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ
ହରାଇଥିଲେ। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ
ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
