• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଆଜି ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲା ଏବଂ ଶ୍ରୀ ସର୍ବାନନ୍ଦ ସୋନୱାଲ
Regional

ଆଜି ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପରଷୋତ୍ତମ ରୂପାଲା ଏବଂ ଶ୍ରୀ ସର୍ବାନନ୍ଦ ସୋନୱାଲ

CliQ INDIA
Last updated: January 8, 2024 6:08 pm
CliQ INDIA
Share
3 Min Read
SHARE

ଭୁବନେଶ୍ୱର, 08 ଜାନୁଆରୀ – କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଗୋପାଳନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆସନ୍ତାକାଲି ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ସାଗରମାଳା ଯୋଜନା ଅଧୀନରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସହ ସମନ୍ୱୟ ସ୍ଥାପନ କରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଶତ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଏବଂ ଉନ୍ନତିକରଣ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ମାଛଧରା ପୋତାଶ୍ରୟ ପ୍ରକଳ୍ପକୁ ୧୮ ମାସର ଅବଧିରେ କାର୍ଯ୍ୟକାରୀ କରାଯାଉଛି ।

ପ୍ରାୟ ୪୩ ଏକର ପରିମିତ ପାରାଦୀପ ମାଛଧରା ପୋତାଶ୍ରୟ ଜଗତସିଂହପୁର ଜିଲ୍ଲାର ନଦୀ ମୁହାଣଠାରୁ ୨ କିଲୋମିଟର ଉପରମୁଣ୍ଡରେ ମହାନଦୀର ଡାହାଣ ପାର୍ଶ୍ୱରେ ଅବସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରମୁଖ ମାଛଧରା ପୋତାଶ୍ରୟ । ଏଠାରେ ପ୍ରଥମେ ୩୭୦ ନମ୍ବର ୧୦ ମିଟର ଜାହାଜ, ୮୦ ନମ୍ବର ୧୩ ମିଟର ଜାହାଜ ଏବଂ ୫୦ ନମ୍ବର ୧୫ ମିଟର ଜାହାଜ ଏବଂ ପାରମ୍ପରିକ ଡଙ୍ଗା ରଖାଯାଇଥିଲା। ବର୍ତ୍ତମାନ ପ୍ରାୟ ୬୪୦ ନମ୍ବର ୧୫ ମିଟର ଜାହାଜ ଏବଂ ୧୦୦ ନମ୍ବର ୯ ମିଟର ଗିଲ ନେଟ୍ଟର (ଏଫଆରପି ବୋଟ୍) ପୋତାଶ୍ରୟ ସୁବିଧା ବ୍ୟବହାର କରୁଛନ୍ତି।

ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ଦ୍ୱାରା ଏହାର ସ୍ୱଚ୍ଛତା ପରିବେଶରେ ଉନ୍ନତି ଆସିବ । ପୋତାଶ୍ରୟକୁ ସ୍ୱଚ୍ଛତା, ପ୍ରଦୂଷଣ ମୁକ୍ତ, ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଷ୍ଟିରୁ ଉନ୍ନତ କରିବା, ନୂତନ, ଦକ୍ଷ ଓ ଅତ୍ୟାବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇବା, ମାଛ ଧରିବା ପ୍ରକ୍ରିୟାକୁ ଯାନ୍ତ୍ରିକୀକରଣ କରିବା ତଥା ଦକ୍ଷ ପରିଚାଳନା ସଂସ୍ଥା ଦ୍ୱାରା ଉତ୍ତମ ପରିଚାଳନା ଅଭ୍ୟାସ ପ୍ରଦାନ କରାଯିବ । ମାଛଧରା ବନ୍ଦରର ଏହି ଆଧୁନିକୀକରଣ ଦ୍ୱାରା ଜୀବିକା ପାଇଁ ପୋତାଶ୍ରୟ ଉପରେ ନିର୍ଭର କରୁଥିବା ହଜାର ହଜାର ମତ୍ସ୍ୟଜୀବୀ ଏବଂ ଆନୁସଙ୍ଗିକ ଶ୍ରମିକଙ୍କ ଜୀବନରେ ଉନ୍ନତି ଆସିବ । ଉପରୋକ୍ତ ପ୍ରକଳ୍ପ ଅଧୀନରେ ହୋଇଥିବା ଆଧୁନିକୀକରଣ ଏବଂ ମୂଲ୍ୟ ସଂଯୋଜନ କାର୍ଯ୍ୟକଳାପ ମଧ୍ୟ କୁଶଳୀ ଏବଂ ଅଣକୁଶଳୀ ବର୍ଗରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ପାରାଦୀପ ମାଛଧରା ପୋତାଶ୍ରୟର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପରେ ଏକ ନୂତନ ନିଲାମ ହଲ୍, ନୂତନ ବାଣିଜ୍ୟିକ କମ୍ପ୍ଲେକ୍ସ, କ୍ୱାଏ ପାଚେରି ସମ୍ପ୍ରସାରଣ, ଉପକୂଳ ସୁରକ୍ଷା କାର୍ଯ୍ୟ, ବର୍ତ୍ତମାନର ନିଲାମ ହଲ୍, ଗିଅର୍ ସେଡ୍, ମାଛ ପ୍ୟାକିଂ ସେଡ୍, ଆଇସ୍ କ୍ରସିଂ ହଲ୍, ପ୍ରାଥମିକ ଚିକିତ୍ସା କେନ୍ଦ୍ର, କମ୍ପାଉଣ୍ଡ କାନ୍ଥ ନିର୍ମାଣ, ବିଦ୍ୟୁତ୍ କାର୍ଯ୍ୟ, ଓଭରହେଡ୍ ପାଣି ଟାଙ୍କି, ସୌର ଶକ୍ତି ପ୍ଲାଣ୍ଟ, ସୋଲାର ଲାଇଟ୍ ନିର୍ମାଣ କରାଯିବ। ଏହାବ୍ୟତୀତ ଦିଗ ନିର୍ଣ୍ଣୟ ସହାୟତା/ରେଡିଓ ଯୋଗାଯୋଗ ଉପକରଣ, ଇଟିପି, ଅଗ୍ନିଶମ ଉପକରଣ, ମାର୍କେଟ କମ୍ପ୍ଲେକ୍ସ ଏବଂ ରାସ୍ତା ନିର୍ମାଣ, ଅନ୍ୟ ଆନୁସଙ୍ଗିକ ସୁବିଧା ଏବଂ ସେବା ସହିତ ଲ୍ୟାଣ୍ଡସ୍କେପିଂ ଇତ୍ୟାଦି କାର୍ଯ୍ୟ ମଧ୍ୟ ଏଥିରେ ସାମିଲ ରହିଛି ।

ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ରହିବେ। ଏହି ଶିଳାନ୍ୟାସ ସମାରୋହରେ ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିକାଶ ବୋର୍ଡ, ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ମତ୍ସ୍ୟ ସର୍ବେକ୍ଷଣ ସଂସ୍ଥା, ମତ୍ସ୍ୟଜୀବୀ ସଂଘର ପ୍ରତିନିଧି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଯୋଗ ଦେବେ।

ହିନ୍ଦୁସ୍ଥାନ ସମାଚାର /

You Might Also Like

ଏମ୍ସ ଭୁବନେଶ୍ୱର ପକ୍ଷରୁ ଏମ୍ସ-ଫିଜିଓମିଟ୍ କର୍ମଶାଳା ଆୟୋଜିତ
ଭିଜିଲାନ୍ସ ଜାଲରେ ଏମଭିଆଇ ପଞ୍ଚାନନ ବେହେରା
ଦୁର୍ଦ୍ଦଶା ବଢାଇଛି ୪୨ ନମ୍ବର ରାଜ୍ୟ ରାଜପଥ ତଥା ସିନ୍ଧେକେଲା – ଚାନ୍ଦୋତରା ମୁଖ୍ୟ ରାସ୍ତା
ବେଆଇନ୍ ସ’ ମିଲ୍ ଉପରେ ଚଢାଉ | BulletsIn
ଆଜି ଠାରୁ ୫ ଦିନରେ ୫ଟି ଜିଲ୍ଲା ବୁଲିବେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବିକାଶ ଓ ମହେଶ କୁକରେଜାଙ୍କ ଭଜନ ଶେୟାର କଲେ ପିଏମ ମୋଦି
Next Article ଏସ୍ବିଆଇ ଲାଇଫ୍ ଇନସ୍ୟୁରାନ୍ସ କ୍ରିକେଟ୍ : ବ୍ରହ୍ମବରଦା କିକେଟ୍ କ୍ଲବ ଚାମ୍ପିଅନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?