ଝାରସୁଗୁଡ଼ା, ୮ ଜାନୁଆରୀ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୌରପଡା ନିକଟରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଅଜଣା ଗାଡି ଧକ୍କାରେ ଏକ ବାଇକ୍ ରେ ଯାତ୍ରା କରୁଥିବା ତିନି ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଖବର ପାଇ ବେଲପାହାଡ ଥାନା ପୋଲିସ ସେଠାରେ ପହଂଚି ତଦନ୍ତ ଚଳାଇଛି । ପୋଲିସ ପକ୍ଷରୁ ମୃତକ ମାନଙ୍କ ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର/ସଞ୍ଜୟ/ପ୍ରଦୀପ୍ତ/ବନ୍ଦନା
