ଭୁବନେଶ୍ୱର, 05 ଜାନୁଆରୀ – ସରକାର ସବୁ ଦିଗରୁ ତଦନ୍ତ କରୁଛନ୍ତି । ସରକାର ତତ୍ପର ଅଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଖୁବଶୀଘ୍ର ସତ୍ୟା ସତ୍ୟ ବାହାରିବ । ଯିଏ ଦୋଷୀ ସିଏ ନିଶ୍ଚିତ ଭାବେ ଦଣ୍ଡ ପାଇବ । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲକ୍ଷ୍ମୀ କୁ ନ୍ୟାୟ ମିଳିବ । ଲକ୍ଷ୍ମୀ ମାଝୀ ମୃତ୍ୟୁ କୁ ନେଇ ରାୟଗଡ଼ା ୧୨ ଘଣ୍ଟିଆ ବନ୍ଦ ପ୍ରସଙ୍ଗରେ ମନ୍ତ୍ରୀ ଜଗନ୍ନାଥ ସାରକା ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ପ୍ରତ୍ୟେକ କଥାରେ ବିରୋଧୀ ବିରୋଧ କରନ୍ତି । କିନ୍ତୁ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀଙ୍କ ସହ ରହିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ନବୀନ ପଟ୍ଟନାୟକ କାମ କରିବା ସହ ତାଙ୍କୁ ଆଗକୁ ନେଇଛନ୍ତି । ବିରୋଧୀ ଯେଉଁ ସବୁ ଅଭିଯୋଗ ଆଣୁଛନ୍ତି ତାହାର କୌଣସି ସତ୍ୟତା ନାହିଁ । ଏହି ଘଟଣାକୁ ନେଇ ବିରୋଧୀ ରାଜନୀତି ନ କରନ୍ତୁ । ନିହାତି ଭାବେ ଗୋଟେ ଆଦିବାସୀ ଝିଅଟେ ପ୍ରତି ଖରାପ ହୋଇଛି କିନ୍ତୁ ତଦନ୍ତ ରେ ବାହାରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଆଉ ଲକ୍ଷ୍ମୀ ନ୍ୟାୟ ପାଇବ ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା
