ଭୁବନେଶ୍ଵର, ୨୯ ଅକ୍ଟୋବର (ହି.ସ.)- କ୍ରମାଗତ ଭାବେ ରାଜ୍ୟରେ ରାତ୍ରି ତାପମାତ୍ରାର ହ୍ରାସ ଘଟୁଛି । ଗତ ୨୪ ଘଂଟାରେ ରାଜ୍ୟର ୪ ସହରର ରାତ୍ରି ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଛି । ୧୩ ଡ଼ିଗ୍ରୀ ସହିତ ଜି.ଉଦୟଗିରି ଏବଂ ଫୁଲବାଣୀ ସବୁଠୁ ଅଧିକ ଥଣ୍ଡା ପରିଲକ୍ଷିତ ହୋଇଛି । ସେହିପରି କୋରାପୁଟରେ ୧୩.୮ ଡ଼ିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ରାତ୍ରି ତାପମାତ୍ରା ୧୪.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ବଙ୍ଗୋପସାଗରରୁ ପୂର୍ବାଳୀ -ତରଙ୍ଗ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ୧ ରୁ ୩ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
