• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
National

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

CliQ INDIA
Last updated: November 28, 2025 8:08 am
CliQ INDIA
Share
6 Min Read
SHARE

ହାଇଦ୍ରାବାଦ, ୨୭ ନଭେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ୱ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଶ୍ରୀ ପବନ କୁମାର ଚନ୍ଦନା ଏବଂ ଶ୍ରୀ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା। ଉଭୟ ନିଜ ଉପରେ ବିଶ୍ୱାସ କରିଥିଲେ, ସାହସିକ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇ ନଥିଲେ, ଏବଂ ଫଳସ୍ୱରୂପ ସମଗ୍ର ଦେଶ ଆଜି ସେମାନଙ୍କର ସଫଳତା ଦେଖୁଛି, ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ।

ଶ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ, ଭାରତର ଯୁବପିଢ଼ି ସର୍ବଦା ଜାତୀୟ ସ୍ୱାର୍ଥକୁ ସର୍ବୋପରି ସ୍ଥାନ ଦିଅନ୍ତି ଏବଂ ପ୍ରତ୍ୟେକ ସୁଯୋଗର ସର୍ବୋତ୍ତମ ଉପଯୋଗ କରନ୍ତି। ଯେତେବେଳେ ସରକାର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିଥିଲେ, ସେତେବେଳେ ଦେଶର ଯୁବପିଢ଼ି, ବିଶେଷକରି ଜେନ-ଜି୍ ବା ସମ୍ପୂର୍ଣ୍ଣ ନୂଆ ପିଢ଼ି ଏହାର ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଆଗକୁ ଆସିଥିଲେ। ଆଜି ୩୦୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଭାରତର ମହାକାଶ ଭବିଷ୍ୟତକୁ ନୂତନ ଆଶା ପ୍ରଦାନ କରୁଛନ୍ତି । ଏହି ଷ୍ଟାର୍ଟଅପ୍ ମଧ୍ୟରୁ ଅଧିକାଂଶ ଅଳ୍ପ କିଛି ଲୋକ ଏବଂ ଛୋଟ ପ୍ରୟାସଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ – କେତେବେଳେ ଦୁଇ ଜଣ, କେତେବେଳେ ପାଞ୍ଚ ଜଣ, କେତେବେଳେ ଏକ ଛୋଟ ଭଡା ଘରେ। ସୀମିତ ସମ୍ବଳ ଥିଲା, କିନ୍ତୁ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ଦୃଢ଼ ସଂକଳ୍ପ ରହିଥିଲା। ଏହି ଭାବନା ଭାରତରେ ଘରୋଇ ମହାକାଶ ବିପ୍ଳବକୁ ଜନ୍ମ ଦେଇଛି। ଜେନ-ଜି ଇଞ୍ଜିନିୟର, ଡିଜାଇନର, କୋଡର୍ ଏବଂ ବୈଜ୍ଞାନିକମାନେ ନୂତନ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରୁଛନ୍ତି। ପ୍ରପଲ୍ସନ ସିଷ୍ଟମ୍‌, କମ୍ପୋଜିଟ୍ ସାମଗ୍ରୀ, ରକେଟର ବିଭିନ୍ନ ପର୍ଯ୍ୟାୟ କିମ୍ବା ସାଟେଲାଇଟ୍ ପ୍ଲାଟଫର୍ମ ହେଉ ଭାରତର ଯୁବପିଢ଼ି ଏପରି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯାହା କିଛି ବର୍ଷ ପୂର୍ବରୁ କଳ୍ପନା କରାଯାଇ ନଥିଲା। ଭାରତର ଘରୋଇ ମହାକାଶ ପ୍ରତିଭା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରୁଛି ଏବଂ ଆଜି ବିଶ୍ୱସ୍ତରୀୟ ନିବେଶକମାନଙ୍କ ପାଇଁ ଭାରତର ମହାକାଶ କ୍ଷେତ୍ର ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ।

ସାରା ବିଶ୍ୱରେ କ୍ଷୁଦ୍ର ଉପଗ୍ରହର ଚାହିଦା ନିରନ୍ତର ବୃଦ୍ଧି ପାଉଛି ଏବଂ ପ୍ରକ୍ଷେପଣ ମଧ୍ୟ ବୃଦ୍ଧି ପାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ନୂତନ କମ୍ପାନୀଗୁଡ଼ିକ ସାଟେଲାଇଟ୍ ସେବା ପ୍ରଦାନ କରିବା ପାଇଁ ଏହି କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ମହାକାଶ ଏବେ ଏକ ରଣନୀତିକ ସମ୍ପତ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱ ମହାକାଶ ଅର୍ଥବ୍ୟବସ୍ଥା ବହୁଗୁଣିତ ହେବାକୁ ଯାଉଛି, ଏବଂ ଏହା ଭାରତର ଯୁବପିଢ଼ି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ।

ପ୍ରଧାନମନ୍ତ୍ରୀ ଜୋର୍ ଦେଇ କହିଥିଲେ, ମହାକାଶ କ୍ଷେତ୍ରରେ ଭାରତରେ ଥିବା କ୍ଷମତା ବିଶ୍ୱର କେବଳ ଅଳ୍ପ କିଛି ଦେଶ ପାଖରେ ଅଛି। ବିଶେଷଜ୍ଞ ଇଞ୍ଜିନିୟରଙ୍କ ଉପସ୍ଥିତି, ଉଚ୍ଚମାନର ଉତ୍ପାଦନ ଇକୋସିଷ୍ଟମ, ବିଶ୍ୱସ୍ତରୀୟ ପ୍ରକ୍ଷେପଣ ସ୍ଥଳ ଏବଂ ନବସୃଜନକୁ ପ୍ରୋତ୍ସାହିତ କରୁଥିବା ମାନସିକତାକୁ ଦୃଷ୍ଟିରେ ରଖି ଭାରତର ମହାକାଶ କ୍ଷମତା ମୂଲ୍ୟ-ପ୍ରଭାବୀ ଏବଂ ନିର୍ଭରଯୋଗ୍ୟ ହୋଇପାରିଛି । ଏହି କାରଣରୁ ବିଶ୍ୱର ଅନେକ ଦେଶ ଭାରତ ଠାରୁ ଉଚ୍ଚ ଆଶାରେ ରହିଛନ୍ତି। ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ଉପଗ୍ରହ ନିର୍ମାଣ କରିବା, ଭାରତରୁ ପ୍ରକ୍ଷେପଣ ସେବା ପାଇବା ଏବଂ ଭାରତ ସହିତ ପ୍ରଯୁକ୍ତିବିଦ୍ୟା ସହଭାଗୀତା ଖୋଜିବାକୁ ଚାହାଁନ୍ତି, ତେଣୁ ଦେଶକୁ ଏହି ସୁଯୋଗର ସର୍ବାଧିକ ଉପଯୋଗ କରିବାକୁ ପଡିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ସଂସ୍କାରର ପରିସର ନିରନ୍ତର ବିସ୍ତାରିତ ହେଉଛି। ଯେପରି ଘରୋଇ କ୍ଷେତ୍ର ପାଇଁ ମହାକାଶ ଉଦ୍ଭାବନ ଖୋଲା ଯାଇଥିଲା, ସେହିପରି ଭାରତ ଏବେ ପରମାଣୁ କ୍ଷେତ୍ରକୁ ମଧ୍ୟ ଖୋଲିବା ଦିଗରେ ଅଗ୍ରସର ହେଉଛି। ଏହି କ୍ଷେତ୍ରରେ ଘରୋଇ କ୍ଷେତ୍ର ପାଇଁ ଏକ ଦୃଢ଼ ଭୂମିକା ଗ୍ରହଣ କରାଯାଉଛି, ଯାହା କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର, ଉନ୍ନତ ରିଆକ୍ଟର ଏବଂ ପରମାଣୁ ଉଦ୍ଭାବନରେ ସୁଯୋଗ ସୃଷ୍ଟି କରିବ। ଏହି ସଂସ୍କାର ଭାରତର ଶକ୍ତି ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ନେତୃତ୍ୱକୁ ନୂତନ ଶକ୍ତି ଦେବ ବୋଲି ସେ କହିଥିଲେ।

ଆଜି ହେଉଥିବା ଗବେଷଣା ଉପରେ ଭବିଷ୍ୟତ ନିର୍ଭର କରିବ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ଯୁବପିଢ଼ିଙ୍କୁ ଗବେଷଣାରେ ସର୍ବାଧିକ ସୁଯୋଗ ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛନ୍ତି। ଆଧୁନିକ ଗବେଷଣାକୁ ସମର୍ଥନ କରିବା ପାଇଁ ସେ ଜାତୀୟ ଗବେଷଣା ଫାଉଣ୍ଡେସନ ପ୍ରତିଷ୍ଠା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଏକ ରାଷ୍ଟ୍ର, ଏକ ସବସ୍କ୍ରିପସନ୍ ପଦକ୍ଷେପ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ତର୍ଜାତୀୟ ପତ୍ରିକାଗୁଡ଼ିକୁ ସହଜ କରିଛି। ୧ ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଏବଂ ନବସୃଜନ ପାଣ୍ଠି ଦେଶବ୍ୟାପୀ ଯୁବପିଢ଼ିଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନର ଭାବନା ସୃଷ୍ଟି କରିବା ପାଇଁ ୧୦,୦୦୦ ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି ଏବଂ ଆଗାମୀ ଦିନରେ ୫୦,୦୦୦ ନୂତନ ଲ୍ୟାବ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ ଚାଲିଛି। ଏହି ପ୍ରୟାସଗୁଡ଼ିକ ଭାରତରେ ନୂତନ ଉଦ୍ଭାବନର ମୂଳଦୁଆ ସ୍ଥାପନ କରୁଛି । ଆଗାମୀ ଯୁଗ ଭାରତ, ଏହାର ଯୁବପିଢ଼ି ଏବଂ ଏହାର ଉଦ୍ଭାବନର ଉପରେ ଆଧାରିତ ହେବ। ପ୍ରଧାନମନ୍ତ୍ରୀ କହିଥିଲେ, କିଛି ମାସ ପୂର୍ବେ, ମହାକାଶ ଦିବସ ଅବସରରେ, ସେ ଭାରତର ମହାକାଶ ଆକାଂକ୍ଷା ବିଷୟରେ କହିଥିଲେ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏହାର ପ୍ରକ୍ଷେପଣ କ୍ଷମତାକୁ ନୂତନ ଉଚ୍ଚତାକୁ ନେଇଯିବା ସହିତ ମହାକାଶ କ୍ଷେତ୍ରରେ ପାଞ୍ଚଟି ନୂତନ ୟୁନିକର୍ଣ୍ଣ ସୃଷ୍ଟି କରିବ। ଭାରତ ନିଜର ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବ ବୋଲି ସ୍କାଏରୁଟ୍ ଦଳର ପ୍ରଗତି ଏହା ନିଶ୍ଚିତ କରିଥାଏ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଯୁବକଯୁବତୀ, ପ୍ରତ୍ୟେକ ଷ୍ଟାର୍ଟଅପ୍‌, ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଉଦ୍ୟୋଗୀଙ୍କୁ ଆଶ୍ୱାସନା ଦେଇ କହିଥିଲେ, ସରକାର ପ୍ରତିଟି ପଦକ୍ଷେପରେ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ସେ ପୁଣି ଥରେ ସମଗ୍ର ସ୍କାଏରୁଟ୍ ଦଳକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତର ମହାକାଶ ଯାତ୍ରାକୁ ନୂତନ ଗତି ଦେଉଥିବା ସମସ୍ତଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ। ପୃଥିବୀରେ ହେଉ କିମ୍ବା ମହାକାଶରେ, ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀରେ ପରିଣତ କରିବା ଲାଗି ଶେଷରେ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ଗଣମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଉପସ୍ଥିତ ଥିଲେ।

ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଏରୁଟର ଇନଫିନିଟି କ୍ୟାମ୍ପସ୍‌, ଏକ ଅତ୍ୟାଧୁନିକ ପରିସର ଯାହା ପ୍ରାୟ ୨ ଲକ୍ଷ ବର୍ଗଫୁଟ କାର୍ଯ୍ୟକ୍ଷେତ୍ର ସହିତ ଏକାଧିକ ପ୍ରକ୍ଷେପଣ ଯାନ ଡିଜାଇନ୍‌, ବିକାଶ, ସମନ୍ୱୟ ଏବଂ ପରୀକ୍ଷଣ ପାଇଁ କାର୍ଯ୍ୟ କରିଥାଏ। ପୃଥିବୀର କକ୍ଷପଥକୁ ଯାଇପାରୁଥିବା ଗୋଟିଏ ରକେଟ୍ ପ୍ରତି ମାସରେ ନିର୍ମାଣ କରିବାର କ୍ଷମତା ଏଠାରେ ରହିଛି ।

ସ୍କାଏରୁଟ୍ ହେଉଛି ଭାରତର ଅଗ୍ରଣୀ ଘରୋଇ ମହାକାଶ କମ୍ପାନୀ, ଯାହା ପବନ ଚନ୍ଦନା ଏବଂ ଭରତ ଡାକାଙ୍କ ଦ୍ୱାରା ପ୍ରତିଷ୍ଠିତ। ଉଭୟ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ଆଇଆଇଟି)ର ପୂର୍ବତନ ଛାତ୍ର । ଏମାନେ ଇସ୍ରୋର ପୂର୍ବତନ ବୈଜ୍ଞାନିକ ଏବଂ ନିଜ ଉଦ୍ୟମରେ ଉଦ୍ୟୋଗୀ ହୋଇଛନ୍ତି । ନଭେମ୍ବର ୨୦୨୨ରେ, ସ୍କାଏରୁଟ୍ ଏହାର ସବ-ଅର୍ବିଟାଲ୍ ରକେଟ୍‌, ବିକ୍ରମ-ଏସ ଉତକ୍ଷେପଣ କରିଥିଲା ଏବଂ ମହାକାଶକୁ ରକେଟ୍ ଉତକ୍ଷେପଣ କରିଥିବା ପ୍ରଥମ ଭାରତୀୟ ଘରୋଇ କମ୍ପାନୀ ହୋଇଥିଲା।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଯାତାୟାତ ପାଇଁ ଖୋଲା
କାଲିଫର୍ଣ୍ଣିଆରେ ଭୂକମ୍ପ ଅନୁଭୂତ, ଲସଆଂଜେଲସ ଯାଏ ପ୍ରଭାବ | BulletsIn
ଅପରେସନ୍ ଅଖଲ୍: କୁଲଗାମରେ ତୃତୀୟ ଦିନ ମଧ୍ୟ ସୁରକ୍ଷାକର୍ମୀ  ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୧୬ ତାରିଖରେ ଆନ୍ଧ୍ରପ୍ରଦେଶ କରିବେ ଗସ୍ତ
କେନ୍ଦୁଝର ଜିଲ୍ଲା ରଙ୍ଗମାଟିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ନୂଆପଡ଼ାରେ ଅଟକିଲା ବାଲ୍ୟ ବିବାହ – Hindusthan Samachar Odia
Next Article ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ସମ୍ବିଧାନ ଦିବସ; ଡ଼. ବି. ଆର୍. ଆମ୍ବେଡକରଙ୍କୁ ସ୍ମରଣ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?