
ହଲ୍ଦୱାନି, ୧୩ ନଭେମ୍ବର (ହି.ସ.)- ଉତରାଖଣ୍ଡର ହଲ୍ଦୱାନିରେ ଆନନ୍ଦପୁରୀ ନବାବୀ ରୋଡ ସ୍ଥିତ କୁମାଉଂ ଟେଂଟ ହାଉସ୍ ର ଗୋଦାମରେ ଦୀପାବଳୀ ରାତିରେ ଘଟିଥିବା ଅଗ୍ନିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ସମ୍ପୃକ୍ତ ତିନି ଜଣ ଟେଂଟ ହାଉସ୍ ର କର୍ମଚାରୀ ଥିବା କୁହାଯାଉଛି । ଏମାନେ ଗୋଦାମରେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଗୋଦାମର ସମସ୍ତ ଜିନିଷ ଜଳିଯାଇଛି । ସିଟି ଏସପି ହରବଂଶ ସିଂହ ଏହି ସୂଚନା ଦେଇଛନ୍ତି ।
ପୋଲିସର ସୂଚନା ମୁତାବକ, ଏହି ଟେଂଟ ହାଉସ୍ ପୁଷ୍ପା ହୈଣ୍ଡିୟ, ହଲ୍ଦୱାନି ଙ୍କ ନାମରେ ପଞ୍ଜିକୃତ ରହିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
