ନୂଆଦିଲ୍ଲୀ, 12 ଜାନୁଆରୀ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟ ସ୍ମରଣ କରି ତାଙ୍କୁ ନମନ କରାଯାଇଛି । ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ । ତାଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ରର ନାସିକରେ ମହୋତ୍ସବ ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି- ‘ଭାରତୀୟ ଆଧ୍ୟାତ୍ମ ଏବଂ ସଂସ୍କୃତିର ବୈଶ୍ୱିକ ପଟଳ ଉପରେ ସ୍ଥାପିତ କରିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ଶତ ଶତ ନମନ । ଶକ୍ତି ଓ ସ୍ଫର୍ତ୍ତିରେ ପରିପୂର୍ଣ୍ଣ ଅନେକ ବିଚାର ଓ ସନ୍ଦେଶ ଯୁଗ-ଯୁଗାନ୍ତର ପର୍ଯ୍ୟନ୍ତ ଯୁବକଙ୍କୁ କିଛି କରିବା ପାଇଁ ପ୍ରେରଣା ଯୋଗାଉଥିବ ।
ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଲେଖାଯାଇଛି- ବିଶ୍ୱରେ ଭାରତୀୟ ସଂସ୍କୃତିକୁ ସ୍ଥାପିତ କରିଥିବା ମହାନ ଆଧ୍ୟାତ୍ମିକ ଗୁରୁ ଓ ଯୁବକଙ୍କ ପ୍ରେରଣାସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
