
ନୂଆଦିଲ୍ଲୀ, 15 ଜାନୁଆରୀ (ହି.ସ.) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥଳସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସେନାର ବୀର ପୁରୁଷ ଏବଂ ମହିଳା, ଭେଟେରାନ ଏବଂ ସେମାନଙ୍କ ପରିବାରକୁ ସେନା ଦିବସ ଶୁଭେଚ୍ଛା ।
ସେମାନଙ୍କର ବୃତ୍ତିଗତତା, ପ୍ରତିବଦ୍ଧତା, ସାହସ, କର୍ତ୍ତବ୍ୟ ଏବଂ ବଳିଦାନ ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ପ୍ରେରଣା ବିଷୟ । ଆମର ସେନା କର୍ମଚାରୀମାନଙ୍କୁ ଦେଶ ପାଇଁ ନିସ୍ୱାର୍ଥପର ସେବା ପାଇଁ ମୁଁ କୃତଜ୍ଞତା ଜଣାଉଛି । ଜୟ ହିନ୍ଦ୍ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
