ନୂଆଦିଲ୍ଲୀ, ଅକ୍ଟୋବର 24 (ହି.ସ)- ଘରୋଇ ସୁନା ବଜାରରେ
ସୁନା ଏବଂ ରୂପା ମୂଲ୍ୟ ହ୍ରାସ ଜାରି ରହିଛି। ସୁନା ମୂଲ୍ୟରେ ଆଜି ଲଗାତାର ପଞ୍ଚମ ଦିନ ପାଇଁ ହ୍ରାସ
ପାଇଛି। ଆଜିର କାରବାରରେ ସୁନା 750 ଟଙ୍କା ପ୍ରତି 10 ଗ୍ରାମରୁ ନେଇ 810 ଟଙ୍କା ପ୍ରତି 10 ଗ୍ରାମ ପର୍ଯ୍ୟନ୍ତ ହ୍ରାସ ପାଇଛି। ରୂପା ମଧ୍ୟ
କିଲୋଗ୍ରାମ ପ୍ରତି 1,000 ଟଙ୍କା ହ୍ରାସ
ପାଇଛି।ଏହି ମୂଲ୍ୟ ହ୍ରାସ ଯୋଗୁଁ ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ୍ ସୁନା ଆଜି
1,25,070 ଟଙ୍କାରୁ ନେଇ 1,25,220 ଟଙ୍କା ପ୍ରତି 10
ଗ୍ରାମ ସ୍ତରରେ କାରବାର ହେଉଛି। ସେହିପରି 22 କ୍ୟାରେଟ୍ ସୁନା ଆଜି 1,14,640 ଟଙ୍କାରୁ 1,14,790 ଟଙ୍କାରୁ ନେଇ ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ରୂପାର ମୂଲ୍ୟ ହ୍ରାସ ଯୋଗୁଁ ଏହି ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ ଆଜି 1,58,900 ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
