ନୂଆଦିଲ୍ଲୀ 3 ନଭେମ୍ବର (ହି.ସ)- ଘରୋଇ ସୁନା ବଜାରରେ ଆଜି ସୁନା ଏବଂ ରୂପା ମୂଲ୍ୟରେ
ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଛି। ଏହି ମୂଲ୍ୟ ହ୍ରାସ ଯୋଗୁଁ, ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ୍ ସୁନା
ଆଜି 1,22,990ଟଙ୍କାରୁ ନେଇ 1,23,140ପ୍ରତି 10 ଗ୍ରାମ ମଧ୍ୟରେ କାରବାର ହେଉଛି। ସେହିପରି22 କ୍ୟାରେଟ୍ ସୁନା ଆଜି 1,12,740ଟଙ୍କାରୁ ନେଇ 1,12,890ପ୍ରତି 10 ଗ୍ରାମ
ସ୍ତରରେ ବିକ୍ରି ହେଉଛି। ରୂପା ମୂଲ୍ୟ ଦୁର୍ବଳ ହେବା ଯୋଗୁଁଏହି ଚମକଦାର ଧାତୁ ଦିଲ୍ଲୀ ସୁନା
ବଜାରରେ ଆଜି 1,51,900ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି
ହେଉଛି।ଦିଲ୍ଲୀରେଆଜି 24 କ୍ୟାରେଟ୍ ସୁନା 1,23,140 ପ୍ରତି 10 ଗ୍ରାମ
ସ୍ତରରେ କାରବାର ହେଉଥିବାବେଳେ 22 କ୍ୟାରେଟ୍ ସୁନାର
ମୁଲ୍ୟ 1,12,890ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ ରେକର୍ଡ ହେଉଛି। ଦେଶର
ଆର୍ଥିକ ରାଜଧାନୀ ମୁମ୍ବାଇରେ24 କ୍ୟାରେଟ୍ ସୁନା 1,22,990 ଟଙ୍କା ପ୍ରତି 10
ଗ୍ରାମ ଏବଂ 22 କ୍ୟାରେଟ୍ ସୁନା 1,12,740ଟଙ୍କା ପ୍ରତି 10
ଗ୍ରାମ ସ୍ତରରେ ବିକ୍ରି ହେଉଛି।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
