ନୂଆଦିଲ୍ଲୀ 7 ଜୁଲାଇ (ହି.ସ)- ଘରୋଇ ସୁନା ବଜାରରେ ଆଜି ହ୍ରାସ ଧାରା
ରହିଛି। ସୁନା ଆଜି 500 ଟଙ୍କାରୁ ନେଇ 540 ଟଙ୍କା ପ୍ରତି 10 ଗ୍ରାମ ପର୍ଯ୍ୟନ୍ତ ଶସ୍ତା ହୋଇଛି।ସେହିପରି
ଚାନ୍ଦି ମୁଲ୍ୟରେମଧ୍ୟ ଆଜି 100 ଟଙ୍କାର
ପ୍ରତିକାତ୍ମକ ହ୍ରାସ ଦେଖିବାକୁ ମିଳିଛି। ମୁଲ୍ୟରେ ହ୍ରାସ କାରଣରୁ ଆଜି ଦେଶର ଅଧିକାଂଶ ସୁନା ବଜାରରେ
24 କ୍ୟାରେଟ ସୁନା 98,250 ଟଙ୍କାରୁ ନେଇ 98,440 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବାର
ହେଉଛି।ସେହିପରି 22 କ୍ୟାରେଟ ସୁନାଆଜି 90,100
ଟଙ୍କାରୁ ନେଇ 90,250 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ଚାନ୍ଦି ମୁଲ୍ୟରେ ସାମାନ୍ୟ
ହ୍ରାସ ଯୋଗୁଁ ଏହି ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ ଆଜି 1,09,900 ଟଙ୍କା ପ୍ରତି କିଲୋଗ୍ରାମ
ସ୍ତରରେ ବିକ୍ରି ହେଉଛି। ଦିଲ୍ଲୀରେ 22 କ୍ୟାରେଟ ସୁନା ଆଜି 98,440 ଟଙ୍କା ପ୍ରତି 10 ଗ୍ରାମ
ସ୍ତରରେକାରବାର ହେଉଥିବାବେଳେ 22 କ୍ୟାରେଟ
ସୁନାର ମୁଲ୍ୟ 90,250 ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।ଦେଶର ଆର୍ଥିକ ରାଜଧାନୀ
ମୁମ୍ବାଇରେ24 କ୍ୟାରେଟ ସୁନା98,290 ଟଙ୍କା ପ୍ରତି 10ଗ୍ରାମ ଏବଂ 22 କ୍ୟାରେଟ
ସୁନା 90,100 ଟଙ୍କା ପ୍ରତି10 ଗ୍ରାମ
ସ୍ତରରେବିକ୍ରି ହେଉଛି।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
