ନୂଆଦିଲ୍ଲୀ, ୨୨ ଡିସେମ୍ବର (ହିସ) – ଆଇଏନ୍ଇଆଇଏ ଗଠନକାରୀ ଦଳର ନେତାମାନେ ଶୁକ୍ରବାର ଜନ୍ତର ମନ୍ତ୍ରରେ ବିରୋଧ ପ୍ରଦର୍ଶନ କରି ବିରୋଧୀ ସାଂସଦଙ୍କ ନିଲମ୍ବନକୁ ବିରୋଧ କରିଥିଲେ । ଏହି ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ , ରାହୁଲ ଗାନ୍ଧୀ, ଏନସିପି ପ୍ରମୁଖ ଶରଦ ପାୱାର, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ମହାସଚିବ ସୀତାରାମ ୟେଚୁରୀ ଏବଂ ଆରଜେଡି ସାଂସଦ ମନୋଜ ଝାଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଦେଶର ଗଣତନ୍ତ୍ର ଏବଂ ସମ୍ବିଧାନକୁ ନଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଦକ୍ଷେପ ନେଇଛନ୍ତି । ଏହି ଲୋକମାନେ ଦଳିତ, ଶ୍ରମିକ, ମହିଳା ଏବଂ କୃଷକଙ୍କୁ ଦଳି ଦେବା ପାଇଁ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଆମେ ଦେଶକୁ ବଂଚାଇବା ପାଇଁ ଆଇଏନଡିଆଇଏ ମିଳିତ ମମଚ ଗଠନ କରିଛୁ ।
ଖଡଗେ ଆହୁରି ମଧ୍ୟ କହିଛନ୍ତି ଯେ ଉଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଲୋକମାନେ କୁହନ୍ତି, ମୁଁ ଏହି ଜାତିର ବ୍ୟକ୍ତି, ତେଣୁ ସେମାନେ ମୋତେ ଅପମାନିତ କରୁଛନ୍ତି । ଆମକୁ ଗୃହରେ ନୋଟିସ୍ ପଢିବାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ, ତେଣୁ ମୁଁ କହିପାରେ ଯେ ମୋଦୀ ସରକାର ଦଳିତ ମାନଙ୍କୁ କହିବାକୁ ଅନୁମତି ଦିଅନ୍ତି ନାହିଁ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
