ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)- ଜାପାନ ସହିତ ସମରାଭ୍ୟାସର ସମୁଦ୍ରର ପର୍ଯ୍ୟାୟ ସମାପ୍ତ କରିବା ପରେ ଭାରତୀୟ ନୌସେନା ଜାହାଜ ଆଇଏନଏସ ସହ୍ୟାଦ୍ରି ହାର୍ବର ପର୍ଯ୍ୟାୟ ପାଇଁ ୟୋକୋସୁକା ବନ୍ଦରରେ ପହଂଚିଛି । ସମୁଦ୍ର ପର୍ଯ୍ୟାୟରେ ଏହି ସ୍ୱଦେଶୀ ନିର୍ମିତ ଶିବାଲିକ ଶ୍ରେଣୀର ଗାଇଡେଡ ମିସାଇଲ ଷ୍ଟିଲଥ ଫ୍ରିଗେଟ୍ ସହିତ ଉନ୍ନତ ସବମେରିନ୍ ବିରୋଧି ଯୁଦ୍ଧ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଅଭ୍ୟାସ ଅନ୍ତର୍ଭୁକ୍ତ ଥିଲା । ଭାରତ ଏବଂ ଜାପାନର ନୌସେନା ମଧ୍ୟରେ ଜାମେକ୍ସ ଅଭ୍ୟାସ ସ୍ୱତନ୍ତ୍ର ରଣନୀତିକ ଏବଂ ବିଶ୍ୱ ସହଭାଗିତାର ମୂଳଦୁଆ ।
ନୌସେନା ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁଯାୟୀ ୟୋକୋସୁକାରେ ପହଂଚିବା ପୂର୍ବରୁ ଜାପାନ-ଭାରତ ସାମୁଦ୍ରିକ ଅଭ୍ୟାସ ଅକ୍ଟୋବର ୧୬ ରୁ ୧୮ ପର୍ଯ୍ୟନ୍ତ ହୋଇଥିଲା, ଯେଉଁଥିରେ ଆଇଏନଏସ ସହ୍ୟାଦ୍ରି ଏବଂ ଜାପାନୀ ଜାହାଜ ଆସାହି, ଓମି ଏବଂ ବୁଡ଼ାଜାହାଜ ଜିନରିୟୁ ଅଂଶଗ୍ରହଣ କରିଥିଲେ । ସମୁଦ୍ର ପର୍ଯ୍ୟାୟରେ ଉନ୍ନତ ସବମେରିନ୍ ବିରୋଧି ଯୁଦ୍ଧ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଅଭ୍ୟାସ, ଉଡ଼ାଣ ଅଭିଯାନ ମାଧ୍ୟମରେ ଆନ୍ତଃକାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ପୁନଃପୂରଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିଲା । ଭାରତ-ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଏହି ସହଭାଗିତା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ
