ନୂଆଦିଲ୍ଲୀ, 12 ଜାନୁୟାରୀ (ହି.ସ.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସିଇଓ ଜ୍ୟୋଫ ଏଲାର୍ଡିସ ଶ୍ରୀଲଙ୍କାର ନୂଆ ଖେଳମନ୍ତ୍ରୀଙ୍କ ସହିତ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେଙ୍କୁ ସାକ୍ଷାତ କରିଛନ୍ତି । ନଭେମ୍ବର ମାସରେ ଆଇସିସି ଶ୍ରୀଲଙ୍କା କ୍ରିକେଟର ସଦସ୍ୟତାକୁ ସସପେଣ୍ଡ କରିଦେଇଥିଲା । ଏହାପରେ ଦେଶରେ ପୁରୁଷ ଅଣ୍ଡର-19 ବିଶ୍ୱ କପ ଆୟୋଜନ ଅଧିକାର ଛଡାଇ ନେଇଥିଲା । ଉଭୟଙ୍କ ମଧ୍ୟରେ ଏସଏଲସିକୁ ଆଗକୁ ବଢାଇବା ରାସ୍ତା ଉପରେ ଆଲୋଚନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
